ଡେଭିଡ ମାଥିଆସଙ୍କ ବିବାହରେ ଯୋଗ ଦେଲେ ରାହୁଲ

କଟରେ କେ.ଏଲ ରାହୁଲ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ…

ନୂଆଦିଲ୍ଲୀ : ନିକଟରେ କେ.ଏଲ ରାହୁଲ ତାଙ୍କ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବହରିନ ପାଇଁ ଖେଳୁଥିବା ଡେଭିଡ ମାଥିଆସଙ୍କ ବିବାହରେ ନଜର ଆସିଛନ୍ତି । ସେ ଦୁହିଁଙ୍କୁ ହଳଦୀ ଲଗାଉଥିବାର ଦେଖିବାକୁ ମିଳିଛି । କେଏଲ ରାହୁଲ ଡେଭିଡ ମାଥିଆସ ଏବଂ କଲ୍ୟାଣୀ ଦେଶାଇଙ୍କ ବିବାହ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଭାଇଙ୍କ ବିବାହ’ କହିବାକୁ ଗଲେ କର୍ଣ୍ଣାଟକରେ ଜନ୍ମିତ ଡେଭିଡ ମାଥିଆସ ୫ ବର୍ଷ ମଧ୍ୟରେ ଭାରତରେ କେବଳ ୫ଟି ଫାଷ୍ଟ କ୍ଲାସ୍‌ ମ୍ୟାଚ୍‌ ଖେଳିଥିଲେ । ସେହି ସମୟ କେଏଲ ରାହୁଲ ମଧ୍ୟ କିଛି ମ୍ୟାଚରେ ତାଙ୍କ ସହ ଥିଲେ । ସେଥିପାଇଁ ଡେଭିଡ ମାଥିଆସଙ୍କ ବିବାହରେ ଯୋଗ ଦେଇଥିଲେ ।