ପ୍ରେମରେ ପଡ଼ିଛନ୍ତି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ଆଉ ଲୁଚାଚୋରା ନୁହେଁ, ଏଣିକି ଖୁଲମଖୁଲା ଚାଲିବ ଇଲୁ ଇଲୁ । ଦୀର୍ଘ ବର୍ଷ ଧରି ସୋନାକ୍ଷୀ ନିଜ ଲଭ୍? ରିଲେସନ୍?କୁ ଲୁଚାଇ ରଖିଥିବା ବେଳେ ତାହାକୁ ଖୁଲମଖୁଲା ପ୍ରକାଶ କରି ଦେଇଛନ୍ତି ତାଙ୍କ ବୟଫ୍ରେଣ୍ଡ ଜହିର ଇକବାଲ । ଗତ ୨ ତାରିଖରେ ବଲିଉଡର ଭେଟରାନ ଆକ୍ଟର ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀଙ୍କ ବାର୍ଥଡେ ଥିଲା । ଏହି ଅବସରରେ ସୋନାକ୍ଷୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା । ବାର୍ଥଡେ ମେସେଜ ପଠାଇବାରେ ବୟଫ୍ରେଣ୍ଡ ଜହିର ଇକବାଲ ଟିକେ ପଛରେ ପଡ଼ି ଯାଇଥିଲେ ।
ମାତ୍ର ତାଙ୍କ ମେସେଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସୋନାକ୍ଷୀଙ୍କ ପାଖକୁ ସ୍ପ?ଶାଲ ମେସେଜ ପଠାଇଥିବା ଜହିର ଲେଖିଥିଲେ, ହାପି ବାର୍ଥଡେ ସୋନଜ । ଆଇ ଲଭ ୟୁ । ସୋନାକ୍ଷୀଙ୍କୁ ଆଇ ଲଭ ୟୁ କହି ଜହିର ତାଙ୍କ ପ୍ରତି ନିଜ ଭଲ ପାଇବା ବ୍ୟକ୍ତ କରିବା ସହ ନିଜ ରିଲେସନ୍?କୁ କନଫର୍ମ କରିଥିବା ଚର୍ଚ୍ଚା ହେଉଛି । ଜହିରଙ୍କ ଏହି ମେସେଜକୁ ଫ୍ୟାନ୍ସ ଖୁବ୍? ଲାଇକ୍? କରିଛନ୍ତି ।
ଏପରିକି ଉଭୟଙ୍କ କେମେଷ୍ଟ୍ରି ଓ ବଣ୍ଡିଂକୁ ଫ୍ୟାନ୍ସ ସୁଇଟ ଓ କ୍ୟୁଟ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଦବଙ୍ଗ ଗାର୍ଲ ଦୀର୍ଘ ଦିନ ହେଲା ପ୍ରେମରେ ପଡ଼ିଥିବା ବେଳେ ଏହାକୁ ମିଡିଆଠୁ ଦୂରେଇ ରଖୁଥିଲେ । ଏବେ ଜହିର ଉଭୟଙ୍କ ରିଲେସନକୁ କନଫର୍ମ କରିଥିବା ବେଳେ କେବେ ସେମାନଙ୍କ ହାତ ଗଣ୍ଠି ପଡ଼ୁଛି, ତାହା ଉପରେ ରହିଛି ଫ୍ୟାନ୍ସଙ୍କ ନଜର ।