ମୁମ୍ବାଇ : କିଛି ଦିନ ତଳେ ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମନ କରିଛି ମୁମ୍ବାଇ ପୁଲିସ । ପଚରାଉଚରା ପାଇଁ ପାୟାଧୁନୀ ଥାନା ପୋଲିସ ତାଙ୍କୁ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦେଇଛି । ରଜା ଏକାଡେମୀର ଅଭିଯୋଗ ଆଧାରରେ ପୁଲିସ ନୂପୁରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ସେ ଜୁନ ୨୫ରେ ଥାନାରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି । ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ନୂପୁର ଶର୍ମା ଦେଇଥିବା ଆପତ୍ତି ଜନକ ମନ୍ତବ୍ୟକୁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଇସଲାମ ଧର୍ମର ବ୍ୟକ୍ତିମାନେ ନମାଜ ପାଠ ସାରି ଦିଲ୍ଲୀର ଜାମା ମସଜିଦ ବାହାରେ ବହୁ ସଂଖ୍ୟାରେ ପୋଷ୍ଟର ଏବଂ ବ୍ୟାନର ଧରି ସ୍ଲୋଗାନ ଦେଇଥିଲେ । ଏହି ଘଟଣାକୁ ନେଇ ପୁଲିସ ୧୩୬ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ।