ସନ୍ଥ ତୁକାରାମ ମନ୍ଦିର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିବେ ବୋଲି ଜଣାପଡିଛି…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୪ ତାରିଖରେ ମହାରାଷ୍ଟ୍ର ଗସ୍ତ କରି ପୁଣେର ଦେହୁରେ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିବେ । ସେହିପରି ପ୍ରଧାନମନ୍ତ୍ରୀ ମୁମ୍ବାଇର ରାଜ ଭବନରେ ଜଲ ଭୂଷଣ ବିଲଡିଂ ଏବଂ ରିଭୋଲ୍ୟୁସନାରୀ ଗ୍ୟାଲେରୀର ଉଦଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପେ୍ଲକ୍ସରେ ମୁମ୍ବାଇ ସମାଚାରର ଦ୍ୱିଶତାବ୍ଦୀ ମହୋତ୍ସବରେ ଅଂଶଗ୍ରହଣ କରିବେ । ସେହିପରି ପୁଣେରେ ପ୍ରଧାନମନ୍ତ୍ରୀ ପୁଣେର ଦେହୁରେ ପ୍ରଧାନମନ୍ତ୍ରୀ ଜଗତଗୁରୁ ଶ୍ରୀସନ୍ତ ତୁକାରାମ ମହାରାଜ ମନ୍ଦିରର ଉଦଘାଟନ କରିବେ ବୋଲି ଜଣାପଡିଛି ।