ଦିଲ୍ଲୀ ଛାଡ଼ିଲେ ନବୀନଙ୍କ ପରିବାର

ବିଜେପିରୁ ବରଖାସ୍ତ ନେତା ନବୀନ ଜିନ୍ଦଲଙ୍କ ପରିବାର ଦିଲ୍ଲୀ ଛାଡ଼ିଛନ୍ତି…

ନୂଆଦିଲ୍ଲୀ : ପୈଗମ୍ବର ମହମ୍ମଦ ଟିପ୍ପଣୀ ମାମଲାରେ ଉତ୍ତେଜନା ବୃଦ୍ଧି ପାଇ ଚାଲିଛି । ଏହି ବିବାଦ ଥମିବାର ନାଁ ନେଉନାହିଁ । ବିଭିନ୍ନ ସହରରେ ମୁସଲିମ ସଂପ୍ରଦାୟର ଲୋକମାନେ ପ୍ରଦର୍ଶନ କରୁଛନ୍ତି । ଇତି ମଧ୍ୟରେ ବିଜେପିରୁ ବରଖାସ୍ତ ନେତା ନବୀନ ଜିନ୍ଦଲଙ୍କ ପରିବାର ଦିଲ୍ଲୀ ଛାଡ଼ିଛନ୍ତି । ପରିବାରକୁ ଲଗାତାର ମିଳୁଥିବା ଧମକ ପରେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଜିନ୍ଦଲ ଅଭିଯୋଗ କରିଛନ୍ତି ଯେ କିଛିଦିନ ଧରି ସେ ବାହାରକୁ ଗଲେ କେତେକ ଲୋକ ତାଙ୍କର ପିଛା କରୁଛନ୍ତି । ଦିଲ୍ଲୀ ପୋଲିସ ମାମଲାକୁ ଗମ୍ଭୀର ଭାବରେ ଗ୍ରହଣ କରିଛି । ଜିନ୍ଦଲ କହିଛନ୍ତି ଯେ ମୁଁ ଦିଲ୍ଲୀରେ ରହୁଥିବାବେଳେ ଭୟରେ ମୋର ପରିବାର ସହର ଛାଡ଼ି ଦେଇଛନ୍ତି ।