ବିରୋଧୀ ଦଳ ସହ ଆଲୋଚନା ଲାଗି ବିଜେପିର ରଣନୀତି ପ୍ରସ୍ତୁତ
ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି…
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ତା’ର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏକ ଉପଯୁକ୍ତ ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ବିଜେପି ସହଯୋଗୀମାନଙ୍କ ସହିତ ବିଚାର ବିମର୍ଶ କରିବା ସହିତ ଉପାସମର୍ଥିତ ପାର୍ଟି ଏବଂ ସ୍ୱାଧୀନ ନେତାମାନଙ୍କ ସହିତ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି । ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଅରୁଣ ସିଂହ କହିଛନ୍ତି ଯେ ଏନଡିଏ ଏବଂ ଉପାର ବିଭିନ୍ନ ଦଳ ସହିତ ଆଲୋଚନା କରାଯିବ ।
ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ କରାଯିବ । ଉଭୟ ପକ୍ଷରୁ ଖୁବ ଶୀଘ୍ର ଆଳୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିଛି ।