ପନ୍ତଙ୍କ ନାଁରେ ଲଜ୍ଜାଜନକ ରେକର୍ଡ

cricket news..

ବେଙ୍ଗାଲୁରୁ : ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରିଷଭ ପନ୍ତ ପୁଣି ଟସ ହାରିଛନ୍ତି । ତାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି ହୋଇଛି ।

ଦ୍ୱିପାକ୍ଷିକ ସିରିଜରେ ଲଗାତର ପାଞ୍ଚ କିମ୍ବା ଅଧିକ ଟସ ହାରିବାରେ ପନ୍ତ ଦୁନିଆର ପ୍ରଥମ ଅଧିନାୟକ ହୋଇଛନ୍ତି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ କେଶବ ମହାରାଜ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

କ୍ରମାଗତ ଟସ ହାରିବା ପରେ ୟୁଜର୍ସ ସୋସିଆଲ ମିଡିଆରେ ପନ୍ତଙ୍କୁ ଟ୍ରୋଲ କରୁଛନ୍ତି ।