ବିରାଟ-ବାବର ଗୋଟିଏ ଟିମରେ ଖେଳିବେ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନର ଖେଳାଳି ଆଗାମୀ ବର୍ଷରେ ଗୋଟିଏ ଟିମରେ ଖେଳୁଥିବାର ଦେଖିବାକୁ ମିଳିବେ । ଏସିସି ଆଫ୍‌ରୋ-ଏସିଆକୁ ପୁଣି ଆରମ୍ଭ କରିବାକୁ ଚାହୁଁଛି ଏବଂ ଏହାକୁ ୨୦୨୩ରେ ଆୟୋଜନ କରିବାକୁ ଯୋଜନା କରୁଛି । ତେବେ ଭାରତ ଏବଂ ପାକିସ୍ତାନ ବ୍ୟତିତ ଆଫଗାନିସ୍ତାନ, ଶ୍ରିଲଙ୍କା ଏବଂ ବାଂଲାଦେଶର ଖେଳାଳୀମାନେ ଏସୀୟ ଏକାଦଶରେ ଖେଳୁଥିବାର ନଜର ଆସିବେ ।

ଏହି ଟୁର୍ଣ୍ଣାମେଣ୍ଟଲୁ ଆୟୋଜନ କରିବା ଲାଗି ଏସିସି ପ୍ରସ୍ତୁତିରେ ଲାଗିଛି । ଏନେଇ ଏସିସିର କମର୍ସିଆଲ ଏବଂ ଇଭେଣ୍ଟ ମୁଖ୍ୟ ପ୍ରଭାକରନ ଧନରାଜ କହିଛନ୍ତି ଯେ, ଆମକୁ ଏପର୍ଯ୍ୟନ୍ତ କ୍ରିକେଟ ବୋର୍ଡ ଗୁଡ଼ିକର ଉତ୍ତର ମିଳିନାହିଁ । ଆମେ ଏସିଆ-୧୧ରେ ଦୁଇ ବୋର୍ଡର ଷ୍ଟାର ଖେଳାଳୀଙ୍କୁ ସାମିଲ କରିବାକୁ ଯୋଜନା କରୁଛୁ ।