ନୂଆ ସଂସଦ ଭବନରେ ହେବ ଶୀତକାଳୀନ ଅଧିବେଶନ!

The winter session will be in the new Parliament building!

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନୂଆ ଭବନରେ ହେବ । ଏହି ବିଲ୍ଡିଂଟି ଟେକନିକ ଏବଂ ସୁରକ୍ଷା ଦୃଷ୍ଟିରୁ ପୁରୁଣା ବିଲ୍ଡିଂ ଠାରୁ ବେଶ ଭଲ । ଏଥିପାଇଁ ସରକାର ଜୋରସୋରରେ ଉଦ୍ୟମ ଜାରି ରଖିଛନ୍ତି । ଏନେଇ ଲୋକସଭା ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି ।

ଯଦି ସବୁକିଛି ଯୋଜନା ମୁତାବକ ଚାଲେ ତେବେ ଶୀତକାଳୀନ ଅଧିବେଶ ନୂଆ ସଂସଦରେ ହେବ ବୋଲି ରବିବାର ବାଚସ୍ପତି ଓମ ବିର୍ଲା ସୂଚନା ଦେଇଛନ୍ତି । ସେ କହିଛନ୍ତି ‘ନୂଆ ସଂସଦ ଭୁବନରେ ଶୀତକାଳୀନ ଅଧିବେଶନ ଆରମ୍ଭ କରିବାକୁ ଆମେ ଉଦ୍ୟମ ଜାରି ରଖିଛୁ । ସେ ଆହୁରି କହିଛନ୍ତି, ଗତ ଦୁଇ ବର୍ଷ ଦେଶରେ କରୋନା ମହାମାରୀ ଚାରିଆଡେ ଆତଙ୍କ ଖେଳାଇଥିଲା ।

ତେବେ ସଂକ୍ରମଣ ସମୟରେ ବି ନୂଆ ସଂସଦ ଭବନର କାମରେ କୌଣସି ବାଧା ଆସିନଥିଲା । ସୂଚନାଥାଉକି ନୂଆ ସଂସଦ ଭବନର ନାଁ ଏପିଜେ ଅବଦୁଲ କଲାମଙ୍କ ନାମରେ ନାମକରଣ କରିବାକୁ ମେ ମାସରେ ମୋଦି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ବିରୋଧୀ । ତେବେ ଚଳିତ ବର୍ଷ ଅକ୍ଟୋବର ମାସ ସୁଧା ନୂଆ ବିଲ୍ଡିଂରେ କାର୍ଯ୍ୟ ଶେଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି ।