ସରିଲା ନାସାଲ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ

ବିଶ୍ୱର ପ୍ରଥମ କ୍ଲିନିକାଲି ପ୍ରମାଣିତ ନାସାଲ କୋଭିଡ ଭ୍ୟାକ୍ସିନର କ୍ଲିନିକାଲି ଟ୍ରାଏଲ ପରୀକ୍ଷଣ ଶେଷ…

ନୂଆଦିଲ୍ଲୀ: ବିଶ୍ୱର ପ୍ରଥମ କ୍ଲିନିକାଲି ପ୍ରମାଣିତ ନାସାଲ କୋଭିଡ ଭ୍ୟାକ୍ସିନର କ୍ଲିନିକାଲି ଟ୍ରାଏଲ ପରୀକ୍ଷଣ ଶେଷ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ବାୟୋଟେକ ଡା. କ୍ରିଷ୍ଣା ଇଲ୍ଲା ସୂଚନା ଦେଇଛନ୍ତି । ଯଦି ସବୁକିଛି ଠିକଠାକ ରହିବ ତେବେ ନାସାଲ ଭ୍ୟାକ୍ସିନକୁ ଲଞ୍ଚ କରିବାକୁ ଆମକୁ ଅନୁମତି ମିଳିବ ଓ ଏହା ବିଶ୍ୱରେ ପ୍ରଥମ ନାସାଲ କୋଭିଡ ଭ୍ୟାକ୍ସିନ ହେବ ।

ପ୍ରଥମ ଥର ପାଇଁ ଭାରତରେ ଏଭଳି ଭ୍ୟାକ୍ସିନକୁ ଅନୁମତି ମିଳିଥିଲା । ଅନୁମତି ମିଳିବାର କକିଛି ସପ୍ତାହ ପୂର୍ବରୁ ଭ୍ୟାକ୍ସିନ ପ୍ରୋଟକଲ ସବମିଟ କରିବାକୁ ଡିଜିସିଆଇ କମ୍ପାନୀକୁ କହିଥିଲା ।

ସୂଚନାଥାଉକି ପରୀକ୍ଷିତ ଏହି ନାସାଲ ସ୍ପ୍ରେରେ ସଂକ୍ରମିତ ସ୍ଥାନରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ । ଯଦି ଏହାକୁ ଅନୁମତି ମିଳିଲା ତେବେ ଟିକା ସହ ନାସାଲ ସ୍ପ୍ରେରେ ବି ବ୍ୟବହାର କରିହେବ ।