ମୁମ୍ବାଇର ବ୍ରାଣ୍ଡ ଭାଲ୍ୟୁ ସବୁଠୁ ବେଶୀ

Mumbai has the highest brand value

ନୂଆଦିଲ୍ଲୀ : ୨୦୦୮ରୁ ୨୦୨୨ ପର୍ଯ୍ୟନ୍ତ ଗତ ୧୫ଟି ସଂସ୍କରଣରେ ଦଳ ଗୁଡ଼ିକର ବ୍ରାଣ୍ଡ ଭେଲ୍ୟୁ ଆକାଶ ଛୁଆଁ ହୋଇଛି । ୨୦୨୨ ସଂସ୍କରଣରେ ଦୁଇଟି ନୂଆ ଦଳ ଲକ୍ଷେ୍ନø ସୁପରଜାଏଣ୍ଟସ ଏବଂ ଗୁଜରାଟ ଟାଇଟନ୍ସ ପଦାର୍ପଣ କରିଥିଲେ । ଉଭୟ ଦଳ ଉନ୍ନତ ପ୍ରଦର୍ଶନ ସହ ପ୍ଲେ ଅଫରେ ପ୍ରବେଶ କରିଥିଲେ । ଶେଷରେ ଗୁଜରାଟ ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା ।

ଆଇପିଏଲରେ ଲୋକପ୍ରିୟତା ଅନୁସାରେ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପରକିଙ୍ଗସ ପୂର୍ବଭଳି ଶୀର୍ଷରେ ରହିଛନ୍ତି । ଯେଉଁ ଦଳର ଲୋକପ୍ରିୟତା ଯେତିକି ଅଧିକ, ତା’ର ବ୍ରାଣ୍ଡ ଭେଲ୍ୟୁ ମଧ୍ୟ ସେତିକି ବେଶି । ମୁମ୍ବାଇର ବ୍ରାଣ୍ଡ ଭେଲ୍ୟୁ ଏବେ ରହିଛି ୯,୯୬୨ କୋଟି । ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ (୮,୮୧୧ କୋଟି) । କୋଲକାତା ନାଇଟ ରାଇଡର୍ସ ତୃତୀୟ ସ୍ଥାନରେ ରହିଛି ।

ଦଳର ମୋଟ ଭେଲ୍ୟୁ ୮,୪୨୮ କୋଟିରେ ପହଞ୍ଚିଛି । ନୂଆ ଦଳ ଭାବେ ଲକ୍ଷେ୍ନøର ଭେଲ୍ୟୁ ୮,୨୩୬ କୋଟି । ସେହିପରି ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମ ସ୍ଥାନରେ (୭,୯୩୦ କୋଟି) ରହିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୭,୮୫୩ କୋଟି), ରାଜସ୍ଥାନ ରୟାଲ୍ସ (୭,୬୬୨ କୋଟି), ସନରାଇଜର୍ସ ହାଇଦ୍ରାବାଦ (୭,୪୩୨ କୋଟି), ପଞ୍ଜାବ କିଙ୍ଗସ (୭,୦୮୭ କୋଟି) ଏବଂ ଗୁଜରାଟ ଟାଇଟନ୍ସ (୬,୫୧୨ କୋଟି) ଯଥାକ୍ରମେ ଷଷ୍ଠରୁ ଦଶମ ସ୍ଥାନରେ ରହିଛନ୍ତି ।