ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲା : ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଶ୍ମିରେଖା ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି…

ଭୁବନେଶ୍ୱର: ଭୁବନେଶ୍ୱରରେ ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ମାମଲାରେ ଚାଲିଛି ଛାନଭିନ୍ । ଏହାରି ମଧ୍ୟରେ ନୟାପଲ୍ଲୀ ଥାନାରେ ହାଜର ହୋଇଛନ୍ତି ସନ୍ତୋଷ ପାତ୍ର । ଏସିପିଙ୍କ ନେତୃତ୍ୱରେ ସନ୍ତୋଷ ପାତ୍ରଙ୍କୁ ଜେରା କରୁଛି ପୋଲିସ । ଗତକାଲି ରଶ୍ମିରେଖାଙ୍କ ପୂର୍ବତନ ବୟଫ୍ରେଣ୍ଡ ରାଜାଙ୍କୁ ପଚରାଉଚରା କରାଯାଇଥିଲା । ଅନ୍ୟପଟେ ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ‘ରଶ୍ମିରେଖା ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡିଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ପୋଲିସ ତଦନ୍ତ କରୁଛି । ପୋଲିସକୁ ମିଳିଥିବା ରିପୋର୍ଟ-ସୁଇସାଇଡ ବାଏ ହ୍ୟାଙ୍ଗିଙ୍ଗ ।

ଡିପ୍ରେସନ କାରଣରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା ଜଣାପଡିଛି ।’ କାହିଁକି ଡିପ୍ରେସନରେ ଥିଲେ, ତାହାର କାରଣ ଜାଣିବାକୁ ତଦନ୍ତ ଚାଲିଛି । ରଶ୍ମିରେଖାଙ୍କ ମୋବାଇଲ ଅନଲକ୍ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସ୍ୱାମୀର ପରିଚୟ ଦେଇ ରହୁଥିବା ସନ୍ତୋଷଙ୍କୁ ଥାନାକୁ ଡକାଯାଇଛି । ସନ୍ତୋଷ ପାତ୍ରଙ୍କ ସମେତ ଅନ୍ୟ ବନ୍ଧୁମାନଙ୍କୁ ଥାନାକୁ ଡକାଯାଇଛି ବୋଲି ଡିସିପି କହିଛନ୍ତି ।