ବରିଷ୍ଟ କଳାକାର ରାଇମୋହନ ପରିଡା ଆତ୍ମହତ୍ୟା ଘଟଣା ସିନେମା ଓ ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି

ବରିଷ୍ଟ କଳାକାର ରାଇମୋହନ ପରିଡା ଆତ୍ମହତ୍ୟା ଘଟଣା ସିନେମା ଜଗତରେ ବଡ଼..

ଭୁବନେଶ୍ୱର : ବରିଷ୍ଟ କଳାକାର ରାଇମୋହନ ପରିଡା ଆତ୍ମହତ୍ୟା ଘଟଣା ସିନେମା ଜଗତରେ ବଡ଼ ଝଟକା ଏଭଳି ଏକ ଖବର ଏବେ ସିନେମା ଓ ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି । ଜଣେ ଲୋକପ୍ରିୟ ଖଳନାୟକ ଭାବେ ସେ ଦର୍ଶକଙ୍କ ଭଲପାଇବା ସାଉଁଟି ପାରିଥିଲେ । ସିନେମାରେ ଖଳନାୟକ ଭାବେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ ପରେ ଯାତ୍ରା ଦୁନିଆରେ ପ୍ରବେଶ କରିଥିଲେ । ବହୁ ବଡ଼ ବଡ଼ ଯାତ୍ରା ପାର୍ଟିରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ ।
ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଟ ହୋଇନାହିଁ । ଆଜି ମଧ୍ୟାହ୍ନରେ ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ମଂଚେଶ୍ୱର ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ରାଇମୋହନଙ୍କ ଆତ୍ମହତ୍ୟା ତାଙ୍କର ହଜାର ହଜାର ଫ୍ୟାନଙ୍କୁ ମର୍ମାହତ କରିଦେଇଛି ।

ଉଲ୍ଲେଖଯୋଗ୍ୟ, ଓଲିଉଡ ଓ ଯଲିଉଡର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ ଜରିଆରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ।
ଏହାପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି। ଏଥିମଧ୍ୟରେ ରହିଛି କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଅର୍ଜୁନ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଆଦି ସମେତ ୭୦ ରୁ ଅଧିକ ଓଡ଼ିଆ ସିନେମା।