ସୁସ୍ଥ ହେଲେ ମହାପ୍ରଭୁ

ବିଭିନ୍ନ ପ୍ରସାଦ ସବୁକୁ ସାଙ୍ଗରେ ନେଇ ଘଣ୍ଟଛତ୍ର ଓ କାହାଳି ସହ ଅପରାହ୍ନରେ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥିଲେ….

ପୁରୀ : ଶ୍ରୀମନ୍ଦିରରେ ଶନିବାର ପାରମ୍ପରିକ ରୀତିମତେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଅଣସରଘରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସୁସ୍ଥ ହୋଇଛନ୍ତି ବୋଲି ମହାପ୍ରଭୁଙ୍କ ସେବାରେ ବ୍ରତୀଥିବା ଦଇତାପତି ସେବକମାନେ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି । ଚାରିବାଡର ବାଡଗ୍ରାହୀ ଦଇତାପତିମାନଙ୍କ ସହିତ ସମସ୍ତ ଦଇତାପତି ସେବକମାନେ ଶ୍ରୀଅଙ୍ଗରୁ ବାହାରିଥିବା ବିଭିନ୍ନ ପ୍ରସାଦ ସବୁକୁ ସାଙ୍ଗରେ ନେଇ ଘଣ୍ଟଛତ୍ର ଓ କାହାଳି ସହ ଅପରାହ୍ନରେ ଶ୍ରୀନଅର ଅଭିମୁଖେ ଯାତ୍ରା କରିଥିଲେ।

ଶ୍ରୀନଅରଠାରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ମହାପ୍ରଭୁଙ୍କର ଶ୍ରୀଅଙ୍ଗଲାଗି ଜିନିଷ ସବୁକୁ ଦର୍ଶନ କରିବାପରେ ଶ୍ରୀଜୀଉମାନେ ସୁସ୍ଥ ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ । ଏହି ଅବସରରେ ଶ୍ରୀନଅର ପକ୍ଷରୁ ସମସ୍ତ ଦଇତାମାନଙ୍କ ମସ୍ତକରେ ଶାଢୀ ବନ୍ଧାଯାଇଥିଲା ।