ନୂଆଦିଲ୍ଲୀ: ପାର୍ବଣ ସମୟରେ ୩୯୨ ଟ୍ରେନ୍ ଚଳାଇବା ପାଇଁ କେନ୍ଦ୍ର ରେଳମନ୍ତ୍ରାଳୟ ଅନୁମତି ଦେଇଛନ୍ତି । ପାର୍ବଣ ଋତୁରେ ଗହଳି କମ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ଏହି ଟ୍ରେନ୍ ୨୦ ଅକ୍ଟୋବରରୁ ଆରମ୍ଭ ହୋଇ ୩୦ ଅକ୍ଟୋବର ଯାଏ ଚାଲିବ। ଏହି ତାରିଖ ମଧ୍ୟରେ ଦୁର୍ଗା ପୂଜା, ଦଶହରା, ଦିପାବଳୀ ଏବଂ ଛଟ୍ ପୂଜା ପଡ଼ିବ। ଏହି ସ୍ପେଶାଲ ଟ୍ରେନରେ ଯାତ୍ରା କଲେ ପାର୍ବଣ ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ।
ରେଳ ବିଭାଗର ବିଭିନ୍ନ ଜୋନ୍ ଟ୍ରେନ ଟାଇମିଂ ଶେୟାର କରିବ। ଏବି ସ୍ପେଶାଲ ଟ୍ରେନ୍ କୋଲକାତା, ପାଟନା, ବାରଣାସୀ ଏବଂ ଲକ୍ଷ୍ନୌ ଇତ୍ୟାଦି ସ୍ଥାନରୁ ଚାଲିବ ବୋଲି ଜଣାପଡ଼ିଛି। ଏହି ସ୍ପେଶାଲ ଟ୍ରେନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟର ରହିବ। ଏହି ସ୍ପେଶାଲ ଟ୍ରେନ୍ ବ୍ୟତୀତ ଏବେ ଦେଶରେ ମୋଟ୍ ୩୦୦ଟି ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ଚାଲୁଥିବା ସୂଚନା ରହିଛି।