କଟକ ଓ ଭୁବନେଶ୍ୱର ପାଇଁ ଅପରାହ୍ନ ୩ଟା ଯାଏ ସତର୍କ ସୂଚନା


ଭୁବନେଶ୍ୱର(ଏସ ନ୍ୟୁଜ): ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି ଅପରାହ୍ନ ୩ଟା ଯାଏ କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି

ବର୍ଷା ଯୋଗୁ ରାସ୍ତାଘାଟ ଭଲ ଦିଶିବ ନାହିଁ। ସେଥିପାଇଁ ଧିରେ ଧିରେ ଗାଡ଼ି ଚଳାଇବାକୁ ପରାମର୍ଶ ଦିଆଯାଇଛି। ଏହାସହ ବର୍ଷା ଯୋଗୁ ଟ୍ରାଫିକ ଜାମ୍ ହୋଇପାରେ। ଅଯଥା ଘରୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।