ନୁପୂର ଶର୍ମାଙ୍କୁ ହିନ୍ଦୁ ସେନା ଅଧ୍ୟକ୍ଷଙ୍କ ସମର୍ଥନ

ଏହି ବୟାନକୁ ନେଇ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ନୁପୂରଙ୍କ ବିରୋଧରେ ମାମଲା ଦାୟର ହୋଇଛି…

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମା ପେଗମ୍ବରକୁ ନେଇ ଦେଇଥିବା ବୟାନ ମାମଲାରେ ବିବାଦ ଥମିବାର ନାମ ନେଉନାହିଁ । ଏଭଳି ସ୍ଥିତିରେ ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ନୁପୂର ଶର୍ମାଙ୍କୁ ସମର୍ଥନ କରିଛନ୍ତି । ବିଷ୍ଣୁ ଗୁପ୍ତା ସୁପ୍ରିମକୋର୍ଟଙ୍କୁ ଏକ ଲେଟର ପିଟିସନ ପଠାଇଛନ୍ତି । ଏଥିରେ ବିଷ୍ଣୁ କହିଛନ୍ତି ଯେ, ଧର୍ମଗ୍ରନ୍ଥରେ ଯାହା ଲେଖା ହୋଇଛି ନୁପୂର ତାହା କହିଛନ୍ତି । ହିନ୍ଦୁ ଦେବୀ ଦେବତାଙ୍କ ଉପରେ ମଧ୍ୟ ଅନେକ ଟିପ୍ପଣୀ ଦିଆଯାଏ କିନ୍ତୁ ହିନ୍ଦୁମାନେ ତ ହିଂସା ପରାୟଣ ହୋଇନଥାନ୍ତି । ସୁପ୍ରିମକୋର୍ଟ ନିଜ ଟିପ୍ପଣୀ ଦ୍ୱାରା ଏକ କ୍ରୁର ହତ୍ୟାକୁ ମଧ୍ୟ ଠିକ୍‌ ସାବ୍ୟସ୍ତ କରିଦେଲେ ।

ନୁପୂରଙ୍କ ସୁରକ୍ଷା ଉପରେ ବିଚାର କରାଯାଉ । ସୂଚନାଯୋଗ୍ୟ ଯେ ଏକ ଡିବେଟ ସମୟରେ ନୁପୂର ପେଗମ୍ବର ମୋହମ୍ମଦଙ୍କ ଉପରେ ବିବାଦିତ ବୟାନ ଦେଇଥିଲେ । ଏହି ବୟାନକୁ ନେଇ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ନୁପୂରଙ୍କ ବିରୋଧରେ ମାମଲା ଦାୟର ହୋଇଛି ।