ଦୂର୍ଘଟଣାର ମୁଖ୍ୟ ରାସ୍ତା ପାଲଟିଛି ୫୨୦ ନମ୍ବର ଜାତୀୟ ରାଜପଥ
ଦୈନିକ ହଜାର ହଜାର ସଂଖ୍ୟାରେ ବସ, ଟ୍ରକ, ଜିପ, କାର, ଅଟୋରିକ୍ସା, ବାଇକ, ସ୍କୁଟି ପ୍ରଭୃତି ଗାଡି ଗୁଡିକ
କେନ୍ଦୁଝର: ଜାତୀୟ ରାଜପଥ ୫୨୦ ନମ୍ବର ରୁଗୁଡି ସର୍ଭିସ ରୋଡ଼ ଦୁଇ ପାର୍ଶ୍ୱ ରେ ବିରାଟ ଖାଲ ସୃଷ୍ଟି ହୋଇଛି । ଫଳରେ ସେହି ରାସ୍ତାରେ ଦୈନିକ ଯାତାୟତ କରୁଥିବା ବାଇକ ଆରୋହୀଙ୍କ ସମେତ ଅନ୍ୟ ଗାଡିଚାଳକମାନେ ଦୂର୍ଘଟଣାର ସମ୍ମୁଖୀନ ହୋଇ ଧନଜୀବନ କ୍ଷୟକ୍ଷତି ହେଉଥିବା ସ୍ଥାନୀୟ ଲୋଇଡାପଦା ଗ୍ରାମ ପଂଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ଦୈନିକ ହଜାର ହଜାର ସଂଖ୍ୟାରେ ବସ, ଟ୍ରକ, ଜିପ, କାର, ଅଟୋରିକ୍ସା, ବାଇକ, ସ୍କୁଟି ପ୍ରଭୃତି ଗାଡି ଗୁଡିକ ସେହି ରାସ୍ତା ଦେଇ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ସେହି ରାସ୍ତା ଦେଇ ଯିବା ସମୟରେ ଗାଡି ଗୁଡିକ ସେହି ଖାଲରେ ପଡି ଦୂର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି ।
ଏସମ୍ପର୍କରେ ବାରମ୍ବାର ଅଭିଯୋଗ ପରେବି ସଂପୃକ୍ତ ବିଭାଗ ସବୁ ଜାଣି ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ରାସ୍ତାର ସେହି ଖାଲକୁ ଗୁଡାକୁମରାମତି କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।