କୋହଲି ନିଜେ ହିଁ ରାସ୍ତା ବାହାର କରିବାକୁ ପଡିବ: ଗାଙ୍ଗୁଲି

ଦକ୍ଷତା ଓ କ୍ଷମତା ଉପରେ କୌଣସି ସନ୍ଦେହ ନଥିଲା କି ଆଗକୁ ମଧ୍ୟ ରହିବ ନାହିଁ..

ଲଣ୍ଡନ : ଇଂଲଣ୍ଡ ଗସ୍ତରେ ଅଛି ଟିମ ଇଣ୍ଡିଆ । ଟି-୨୦ ସିରିଜ ପରେ ଏବେ ଦିନିକିଆ ସିରିଜ ଚାଲିଛି । ଏହାରି ମଧ୍ୟରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବିରାଟ କୋହଲିଙ୍କ ଫର୍ମକୁ ମୁହଁ ଖୋଲିଛନ୍ତି।

ଗାଙ୍ଗୁଲି କହିଛନ୍ତି ଯେ, ପ୍ରଥମେ ବିରାଟଙ୍କ ରେକର୍ଡ ଦେଖନ୍ତୁ । ତାଙ୍କ ଦକ୍ଷତା ଓ କ୍ଷମତା ଉପରେ କୌଣସି ସନ୍ଦେହ ନଥିଲା କି ଆଗକୁ ମଧ୍ୟ ରହିବ ନାହିଁ । ଏବେ ତାଙ୍କ ସମୟ ଖରାପ ଚାଲିଛି । ଏଭଳି ଖରାପ ସମୟରୁ ସେ କିପରି ବାହାପାରିବ, ତାଙ୍କୁ ହିଁ ରାସ୍ତା ବାହାର କରିବାକୁ ପଡିବ । ଗତ ୧୧-୧୨ ବର୍ଷ ହେଲା, ଲଗାତର ଭାବେ ଦଳ ପାଇଁ ଭଲ କରିଆସିଛନ୍ତି । ତେଣୁ ଆଗକୁ ମଧ୍ୟ ଏପରି ଖେଳ ଖେଳିବ ବୋଲି ମୁଁ ଆଶା କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କ୍ରିକେଟରେ ଏପରି ସମସ୍ତଙ୍କ ସହିତ ହୋଇଥାଏ । ତେଣୁ ଖେଳରେ ଏହା ସାମାନ୍ୟ କଥା ।