ଲକ୍ଷେ୍ନø: ଲକ୍ଷେ୍ନø ସ୍ଥିତ ଲୁଲୁ ମଲରେ ନମାଜ ପାଠ ପାଠ କରିଥିବା ୪ ଯୁବକଙ୍କୁ ପୁଲିସ ଗିରଫ କରିଛି । ଏହି ୪ ଯୁବକ ମୁସ୍ଲିମ ହୋଇଥିବା ବେଳେ ଏମାନେ ଲୁଲୁ ମଲ ଭିତରେ ନମାଜ ପାଠ କରିଥିଲେ । ଲୁଲୁ ମଲ ଉଦଘାଟନର ୪ ଦିନ ପରେ ମଲରେ ନମାଜ ପାଠ କରିବା ଭିଡିଓ ସାମ୍ନାକୁ ଆସିଥିଲା । ଏହାପରେ ଏହାକୁ ନେଇ ବିବାଦ ଉପୁଜିଥିଲା । ହିନ୍ଦୁ ସଙ୍ଗଠନ ମଲ ଭିତରେ ହନୁମାନ ଚାଳିଶା ପାଠ କରିବାକୁ ଦାବି କରିଥିଲା । ଏବେ ନମାଜ ପାଠ ଭିଡିଓକୁ ନେଇ ଅନେକ ଖୁଲାସା ହୋଇଛି । ସିସିଟିଭି ଫୁଟେଜ ଆଧାରରେ ନମାଜ ପାଠ ପଛରେ ଅନେକ ଷଡଯନ୍ତ୍ର ଥିବା କୁହାଯାଉଛି । ତେବେ ମଲ ଭିତରେ ଯେଉଁ ଯୁବକମାନେ ନମାଜ ପାଠ କରିଥିଲେ ସେମାନେ ଚାଲି ଚାଲି ଆସି ମଲ ଭିତରେ ପ୍ରବେଶ କରିଥିବା ପୁଲିସ କହିଛି ।