ଏଲଏସି ନିକଟରେ ଚୀନର ଲଢୁଆ ବିମାନ

ବିବାଦୀୟ ପୂର୍ବ-ଲଦାଖ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ…

ନୂଆଦିଲ୍ଲୀ : ବିବାଦୀୟ ପୂର୍ବ-ଲଦାଖ କ୍ଷେତ୍ରରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଅଞ୍ଚଳରେ କ୍ରମାଗତ ନିଜ ଲଢୁଆ ବିମାନ ଉଡାଇ ଭାରତୀୟ ସେନାକୁ ଉତ୍ତେଜିତ କରିବାର ଉଦ୍ୟମ କରି ଚାଲିଛି ଡ୍ରାଗନ ସେନା । ଗତ ୪ ସପ୍ତାହ ମଧ୍ୟରେ ଚୀନର ଏକାଧିକ ଲଢୁଆ ବିମାନ ଏଲ୍‌ଏସି ନିକଟବର୍ତ୍ତୀ ଅଞ୍ଚଳରେ ପଇଁତରା ମାରୁଥିବା ଦେଖିବାକୁ ମିଳିଲାଣି । ତେବେ ଭାରତୀୟ ବାୟୁସେନା ମଧ୍ୟ ଚୀନର ବାୟୁ ଗତିବିଧି ନେଇ ସର୍ଭିଲାନ୍ସ ବଢାଇଛି । ଚୀନର ଏହା ଏକ ପ୍ରୋପାଗଣ୍ଡା ହୋଇଥିବାରୁ ଭାରତୀୟ ସେନା ଏଥିରେ ଉତ୍ତେଜିତ ନହୋଇ ସ୍ଥିତି ଉପରେ ନଜର ରଖିଛି । ଆବଶ୍ୟକ ସ୍ଥଳେ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବା ନେଇ ବାୟୁସେନା କହିଛି ।