ଆଜିଠୁ ରାଜ୍ୟରେ ବଢିବ ବର୍ଷା

ମୌସୁମୀ ଟ୍ରଫ ଲାଇନ ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ….

ଭୁବନେଶ୍ୱର : ମୌସୁମୀ ଟ୍ରଫ ଲାଇନ ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ତେବେ ଆଜିଠାରୁ ବର୍ଷା ବଢିବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଗତ କିଛି ଦିନ ଧରି କ୍ରମାଗତ ବର୍ଷା ହେବା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ମଧ୍ୟମ ଧରଣର ବନ୍ୟା ଆସିଛି । ବିଶେଷତଃ ଦକ୍ଷିଣାଞ୍ଚଳରେ ଅତ୍ୟଧିକ ବର୍ଷା ହୋଇଛି ।