ରାଜସ୍ଥାନ ହନୁମାନଗଡରେ ସାମ୍ପ୍ରଦାୟିକ ଉତ୍ତେଜନା

ରାଜସ୍ଥାନର ହନୁମାନଗଡରେ ଗୋହତ୍ୟା ଓ ଗୋମାଂସ ଭୋଜି ନେଇ….

ନୂଆଦିଲ୍ଲୀ: ରାଜସ୍ଥାନର ହନୁମାନଗଡରେ ଗୋହତ୍ୟା ଓ ଗୋମାଂସ ଭୋଜି ନେଇ ସାମ୍ପ୍ରଦିୟାକ ଦଙ୍ଗା ସୃଷ୍ଟି ହୋଇଛି । ଏହାପରେ ପ୍ରଶାସନ ପକ୍ଷରୁ ଗାଁରେ କର୍ଫ୍ୟୁ ଲଗାଇ ଦିଆଯାଇଛି । ଏହାସହ ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଦ କରାଯାଇଛି । ସୂଚନାନୁସାରେ, ହନୁମାନଗଡର ଚିଡିଆ ଗାନ୍ଧୀରେ ଇଦକୁ ନେଇ ଗୋମାଂସ ଭୋଜି ମାମଲା ସାମ୍ନାକୁ ଆସିଥିଲା । ପ୍ରଥମେ ପ୍ରଶାସନ ଗାଁରେ ଗୋହତ୍ୟା ହୋଇନଥିବା କହିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରୁ ମିଳିଥିବା ମାଂସ ନମୂନାକୁ ପରୀକ୍ଷଣ ପାଇଁ ପଠାଇଥିଲା । ଯେଉଁଥିରେ ଏହା ଗୋମାଂସ ବୋଲି ଜଣାପଡିଥିଲା । ନମୂନାର ରିପୋର୍ଟ ଆସିଲା ପରେ ଲୋକେ ଗିରଫଦାରୀ ଦାବି କରି ବିରୋଧ ପ୍ରଦର୍ଶନ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଦର୍ଶକାରୀ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଯାହା ପରେ ସାମ୍ପ୍ରଦାୟିକ ଉତ୍ତେଜନା ବଢିଥିଲା । ଫଳରେ ପୋଲିସ ତୁରନ୍ତ କର୍ଫ୍ୟୁ ଲାଗୁ କରିଥିଲା । ଏହାସହ ଇଣ୍ଟରନେଟ ମଧ୍ୟ ବନ୍ଦ କରାଯାଇଛି ।