ବାୟୁସେନାରୁ ହଟିବ ମିଗ୍‌-୨୧ ଯୁଦ୍ଧବିମାନ

ଏହିପରି ୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ ମିଗ୍‌-୨୧ ବିସନର ସମସ୍ତ ସ୍କ୍ୱାଡ୍ରନକୁ ହଟାଇ ଦିଆଯିବ…..

ନୂଆଦିଲ୍ଲୀ : ଋଷିଆ ନିର୍ମିତ ମିଗ୍‌-୨୧ ଯୁଦ୍ଧବିମାନ ଏକାଧିକ ଥର ଦୁର୍ଘଟଣାଗ୍ରସ୍ତ ହେବା ସହ ଭାରତୀୟ ବାୟୁସେନା ଅନେକ ପାଇଲଟଙ୍କୁ ହରାଇଛି । ନିକଟରେ ମିଗ୍‌-୨୧ ଟାଇପ ୬୯ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଥିଲା । ଏହି ଅଘଟଣ ପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ଭାରତୀୟ ବାୟୁସେନା । ଆଗାମୀ ସେପ୍ଟମ୍ବର ୩୦ ସୁଦ୍ଧା ବାୟୁସେନା ଏହାର ଆଉ ଏକ ସ୍କ୍ୱାଡ୍ରନକୁ କାର୍ଯ୍ୟରୁ ହଟାଇବାକୁ ନିଷ୍ପତ୍ତି ନେଇଛି । ଏହିପରି ୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ ମିଗ୍‌-୨୧ ବିସନର ସମସ୍ତ ସ୍କ୍ୱାଡ୍ରନକୁ ହଟାଇ ଦିଆଯିବ । ଏହାବାଦ୍‌ ଆଉ କେବଳ ଏହାର ୩ଟି ସ୍କ୍ୱାଡ୍ରନ ବାୟୁସେନାରେ କାର୍ଯ୍ୟ କରିବେ । ଏହି ଗୁଡିକୁ ୨୦୨୫ ସୁଦ୍ଧା ପର୍ଯ୍ୟାୟକ୍ରମେ ସେନାରୁ ଅବସର ଦିଆଯିବ ।