ୟୁକ୍ରେନ ଯୁଦ୍ଧ ଜିତିବାକୁ ପୁଟିନଙ୍କ ଜିଦ

ଉତ୍ତର କୋରିଆ ପକ୍ଷରୁ ଏହା ସ୍ପଷ୍ଟ କରିଦିଆଯାଇଛି ରୁଷର ସାହାଯ୍ୟ ଲାଗି ପ୍ରସ୍ତୁତ ଅଛନ୍ତି….

ମସ୍କୋ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧରୁ ୬ମାସରୁ ଅଧିକ ସମୟ ହେବ ଜାରି ରହିଛି । ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁତିନ ଯୁଦ୍ଧରେ ବିଜୟ ହାସଲ ଲାଗି ରୁଷକୁ କଠୋର ପରିଶ୍ରମ କରିବାକୁ ପଡ଼ୁଛି । ଏକ ରିପୋର୍ଟ ଅନୁସାରେ ପୁତିନ କିମ ଜୋଙ୍ଗଙ୍କୁ ଏକଲକ୍ଷ ସୈନିକ ସାହାଯ୍ୟ ପରିବର୍ତ୍ତେ ଶକ୍ତି ଏବଂ ଖାଦ୍ୟଶସ୍ୟ ଦେବାକୁ ପ୍ରତିବଦ୍ଧ ଅଛନ୍ତି । ଉତ୍ତର କୋରିଆ ପକ୍ଷରୁ ଏହା ସ୍ପଷ୍ଟ କରିଦିଆଯାଇଛି ରୁଷର ସାହାଯ୍ୟ ଲାଗି ପ୍ରସ୍ତୁତ ଅଛନ୍ତି । ଉତ୍ତର କୋରିଆ କହିଛି ଯେ ମସ୍କୋ ସପକ୍ଷରେ ସୈନ୍ୟବାହିନୀ ୟୁକ୍ରେନ ପଠାଇବା ଲାଗି ଆମେ ପ୍ରସ୍ତୁତ ଅଛୁ ।