ଯୋଡ଼ା ଓ ବଡ଼ବିଲ ରେ ଦେଖିବାକୁ ମିଳିଛି ଚିକେନ୍ ଦର ବୃଦ୍ଧି

ଯୋଡ଼ା ଓ ବଡ଼ବିଲ ରେ ଦେଖିବାକୁ ମିଳେ…..

କେନ୍ଦୁଝର : ଯୋଡ଼ା ଓ ବଡ଼ବିଲ ରେ ଦେଖିବାକୁ ମିଳେ ଚିକେନ୍ ଦର ବୃଦ୍ଧି।ଶ୍ରାବଣ ମାସ ଚାଲିଛି।ଏଥି ରେଟ କମୁ ନାହିଁ। ଏହାରି ମଧ୍ୟରେ ୪ ଟି ସୋମବାର ଅତିକ୍ରମ କରିଛି । ମାସ ଶେଷ ହେବାକୁ ଆହୁରି ପୂର୍ଣ୍ଣିମା ଦିନ ବାକି ଅଛି । ଆଧ୍ୟତ୍ମିକ ମାସ ଚାଲିଥିବାରୁ ଏବେ ମାଂସାହାରୀ ଭୋଜନ ଶସ୍ତା ମିଳୁଛି । ଯୋଡ଼ା ଓ ବଡ଼ବିଲ ରେ ନୁହେଁ। ଏହାର କାରଣ ମାଛ-ମାଂସ-ଅଣ୍ଡା ଦର ହ୍ରାସ ପାଇଛି । ଶ୍ରାବଣରେ ଚିକେନ ଦର ୫୦ ପ୍ରତିଶତ ହ୍ରାସ ପାଇଛି ।

ଦେଶର ଅନ୍ୟ ରାଜ୍ୟ ତୁଳନାରେ ଝାରଖଣ୍ଡ ଶ୍ରାବଣ ମାସ କାରଣରୁ ଚିକେନ ଦର ସବୁଠାରୁ ଅଧିକ ହ୍ରାସ ପାଇଛି । ଏହି ମାସରେ ରାଜ୍ୟରେ ପାଖାପାଖି ଅଧିକ ବ୍ୟବସାୟ ପ୍ରଭାବିତ ହୋଇଛି । ଶ୍ରାବଣ ମାସରେ ୫୦ ପ୍ରତିଶତ ବ୍ୟବସାୟ ବନ୍ଦ ହୋଇଯାଇଛି । ଚିକେନର ବିକ୍ରି କମ ହେବାରୁ କୁକୁଡ଼ା ଫାର୍ମର ପରିଚାଳକଙ୍କ ସହିତ ପୂରା ଶିଳ୍ପ ସହିତ ଜଡ଼ିତ ବ୍ୟବସାୟୀଙ୍କୁ ବହୁ କ୍ଷତିର ସାମ୍ନା କରିବାକୁ ପଡୁଛି କିନ୍ତୁ ଯୋଡ଼ା ଓ ବଡ଼ବିଲ ରେ ଚିକେନ୍ ରେଟ ହୁ ହୁ ହୋଇ ବୃଦ୍ଧି ପାଉଛି କାରଣ ଅସ୍ପଷ୍ଟ ଜଣା ପଢୁଛି।