ଡରି ଯାଇଛନ୍ତି ଜିନପିଙ୍ଗ: ନାନ୍ସି ପେଲୋସି

ଯାହା ଜଣାଯାଏ ଜିନପିଙ୍ଗ ଆମେରିକାର କାର୍ଯ୍ୟାନୁଷ୍ଠାରେ ଭୟଭୀତ ହୋଇଛନ୍ତି….

ୱାଶିଂଟନ : ଆମେରିକାର ହାଉସ ସ୍ପିକର ନାନ୍ସି ପେଲୋସି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଗୁଣ୍ଡା ବୋଲି କହିଛନ୍ତି । ସେ କହିଛନ୍ତି ଯେ ଜିନପିଙ୍ଗ ଡରି ଯାଇଛନ୍ତି । ଏଥିପାଇଁ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି । ପେଲୋସି ଏହିଭଳି କିଛି ମନ୍ତବ୍ୟ ଦେଇ କଡ଼ା ଜବାବ ଦେଇ ଚୀନ ଦେଇଥିବା ଧମକର ପ୍ରତି ଜବାବ ଦେଇଛନ୍ତି । ଜିନପିଙ୍ଗ ନିଜକୁ ଅସୁରକ୍ଷିତ ମନେ କରି ଏପରି ଧମକ ଦେଉଛନ୍ତି । ଯାହା ଜଣାଯାଏ ଜିନପିଙ୍ଗ ଆମେରିକାର କାର୍ଯ୍ୟାନୁଷ୍ଠାରେ ଭୟଭୀତ ହୋଇଛନ୍ତି ।

ଏଥିପାଇଁ ସେ ନିଜେ ଡରିଯାଇଥିବା ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଏଥିରେ ଆମେ ଡରିଯିବୁ ଏବଂ ଗସ୍ତ ପରିବର୍ତ୍ତନ କରିଦେବୁ ବୋଲି ନାନ୍ସି କହିଛନ୍ତି । ନାନ୍ସି ଚୀନକୁ ଟାର୍ଗେଟ କରି କହିଛନ୍ତି ଆମେରିକା କଂଗ୍ରେସର ଲୋକେ ଚୀନ ହିସାବରେ ଚାଲିବେ ନାହିଁ । ଚୀନ ତାଇୱାନକୁ ଅକ୍ତିଆର କରିବାକୁ ଚାହୁଁଛି କିନ୍ତୁ ଆମେ ଏହାକୁ ସ୍ୱୀକାର କରିପାରିବୁ ନାହିଁ ।