ମୁମ୍ବାଇ: ବଲିଉଡର ବେବୋ ଓରଫ୍ କରୀନାଙ୍କ ସ୍ୱାମୀ ସୈଫ ଅଲ୍ଲି ଖାନଙ୍କ ବିବାହ ୧୦ ବର୍ଷରେ ପାଦ ଦେଇଥିବା ବେଳେ ଏବେବି ଉଭୟ ବଲିଉଡର ପାୱାର କପଲ ଭାବେ ଜଣାଶୁଣା । ୪ ବର୍ଷର ଡେଟିଂ ପରେ ଦୁହେଁ ବିବାହ କରିଥିଲେ । କିନ୍ତୁ କରୀନା ପୂର୍ବରୁ ଦୁଇଥର ସୈଫଙ୍କ ବିବାହ ପ୍ରସ୍ତାବ ପ୍ରତ୍ୟାଖାନ କରିଥିଲେ । ଏ ସମ୍ପର୍କରେ କରୀନା ଏକ ସାକ୍ଷାତକାରରେ କହିଛନ୍ତି । ସେ କହିଛନ୍ତି, ସୈଫ ପୂର୍ବରୁ ମୋତେ ୨ ଥର କିମ୍ବା ତା’ଠୁ ଅଧିକ ଥର ବିବାହ ପ୍ରସ୍ତାବ ଦେଇଥିଲେ । ହେଲେ ମୁଁ ମନା କରି ଦେଇଥିଲି । କିନ୍ତୁ ପରେ ହଁ କରିଥିଲି । ସୈଫଙ୍କ ପ୍ରସ୍ତାବକୁ ନା କହିବା ପଛର କାରଣ କହିଛନ୍ତି କରୀନା । ଏ ନେଇ ସେ କହିଛନ୍ତି ମୁଁ ମଧ୍ୟ ତାଙ୍କୁ ଭଲ ପାଉଥିଲି । କିନ୍ତୁ ସେତେବେଳେ ବୋଧହୁଏ ମୁଁ ଏତେ ଶୀଘ୍ର ବିବାହ କରିବାକୁ ଚାହୁଁ ନଥିଲି । ବିବାହ ପୂର୍ବରୁ ଆମେ ପରସ୍ପରକୁ ଅଧିକ ଜାଣିବାକୁ ଚାହୁଁଥିଲୁ । କିନ୍ତୁ ମୁଁ ନିଶ୍ଚିତ ଥିଲି, ଦିନେ ସୈଫଙ୍କର ହିଁ ବେଗମ ହେବି । ୨ ପୁଅ ତୈମୁର ଓ ଜେହଙ୍କୁ ନେଇ ହାପି ଫ୍ୟାମିଲି ଲାଇଫ ଏନଜୟ କରୁଛନ୍ତି ସୈଫିନା ।