ଆପଣଙ୍କୁ ଲାଗୁଛି କି ମୁଁ ବୁଢ଼ା ହୋଇଯାଇଛି: ବାବର

ୱାର୍କଲୋଡ୍‌ ମ୍ୟାନେଜମେଣ୍ଟକୁ ନେଇ ଯେବେ ପାକିସ୍ତାନର ଅଧିନାୟକ….

ନୂଆଦିଲ୍ଲୀ : ୱାର୍କଲୋଡ୍‌ ମ୍ୟାନେଜମେଣ୍ଟକୁ ନେଇ ଯେବେ ପାକିସ୍ତାନର ଅଧିନାୟକ ବାବର ଆଜମଙ୍କୁ ପ୍ରଶ୍ନ ପଚରା ଗଲା, ତ ସେ ନିଜର ଜବାବରେ ସମସ୍ତଙ୍କ ମନକୁ ତ ଜିତିଲେ । ଏହାସହ ପ୍ରଶ୍ନ କରିଥିବା ରିପୋର୍ଟରଙ୍କର କହିବା ମଧ୍ୟ ବନ୍ଦ କରି ଦେଇଛନ୍ତି । ପାକିସ୍ତାନ ଟିମ୍‌କୁ ଏସିଆ କପ ପୂର୍ବରୁ ନେଦରଲ୍ୟାଣ୍ଡ ଗସ୍ତରେ ଯିବାକୁ ଅଛି । ଏହି ଗସ୍ତ ପୂର୍ବରୁ ବାବରଙ୍କୁ ଜଣେ ରିପୋର୍ଟର ପ୍ରଶ୍ନ କରିଥିଲେ, ଲୋଡ ଅଧିକ ପଡ଼ୁଛି ନା, ଏହା ଉପରେ ବାବର କହିଥିଲେ, ଆପଣ ଯାହା ପ୍ରଶ୍ନ କରିଛନ୍ତି, ତ ମୁଁ କହିବି ଏହା ଡିପେଣ୍ଡ କରିଥାଏ ଆପଣଙ୍କର ଫିଟନେସ ଉପରେ । ଯେମିତି ଆମର ଫିଟନେସ ଅଛି , ଆମେ କେବେ ଏହି ବିଷୟରେ ଭାବି ବି ନାହୁଁ । ଆପଣଙ୍କୁ ଲାଗୁଛି କି ମୁଁ ବୁଢ଼ା ହୋଇ ଯାଇଛି, ନା ଆମେ ସବୁ ବୁଡଢ଼ା ହୋଇ ଯାଇଛୁ ଲୋଡ ଯଦି ବଢ଼ୁଛି ତ ଏଥିପାଇଁ ଆମକୁ ଅତିରିକ୍ତ ଫିଟ୍‌ ହେବାକୁ ପଡ଼ିବ । ଉଲ୍ଲେଖନୀୟ ଯେ, ବାବର ୩ ଫର୍ମାଟରେ ଫର୍ମରେ ଅଛନ୍ତି । ସେ ଟି-୨୦ ଓ ୱାନଡେ ଇଣ୍ଟରନ୍ୟାସନାଲରେ ବ୍ୟାଟିଂ ରାଙ୍କିଂରେ ଟପରେ ଅଛନ୍ତି ।