ପୁଣି ମା’ ହେବେ ମଲାଇକା!

ମୁମ୍ବାଇ: ପୁଣି ଥରେ ମା’ ହେବା ପାଇଁ ମନ କରିଛନ୍ତି ମଲାଇକା ଆରୋରା । ହେଲେ ଏଥର କିନ୍ତୁ ତାଙ୍କୁ ଆଉ ପୁଅ ଦରକାର ନାହିଁ, ତାଙ୍କୁ ଏବେ ଝିଅ ଦରକାର । ଜଣେ କନ୍ୟା ସନ୍ତାନର ମା’ ହେବା ପାଇଁ ଇଚ୍ଛା ରଖିଛନ୍ତି ବଲିଉଡର ହଟ ସିଜଲିଂ ଅଭିନେତ୍ରୀ ମଲାଇକା । ଏନେଇ ସେ ନିଜେ ସୂଚନା ଦେଇଛନ୍ତି । ସ୍ୱାମୀ ଅରବାଜ ଖାନଙ୍କ ଠାରୁ ଅଲଗା ହେବା ପରେ ସେ ଏବେ ପୁଣି ଥରେ ମା’ ହେବାକୁ ମନ କରିଛନ୍ତି । ସେ ଜଣେ କନ୍ୟା ସନ୍ତାନକୁ ଆଡପ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ନିକଟରେ ଏକ ସାକ୍ଷାତକାର୍‌ରେ ମଲାଇକା କହିଛନ୍ତି, ସେ ଜଣେ ଝିଅର ମା’ ହେବା ପାଇଁ ଚାହୁଁଛନ୍ତି ।