ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ ସତର୍କ

ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ କଡା ପଦକ୍ଷେପ….

ପୁରୀ: ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ କଡା ପଦକ୍ଷେପ ନିଆଯାଇଛି । ସବୁ ବ୍ଲକର ବିଡିଓ ଓ ତହସିଲଦାରଙ୍କ ସହ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ତେବେ ଦୟା, ଭାର୍ଗବୀ, କୁଶଭଦ୍ରା ଡିଭିଜନର ଯନ୍ତ୍ରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ଦୟା ନଦୀ କୂଳିଆ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି ।ପିପିଲି ଓ କଣାସ ଅଞ୍ଚଳ ବୁଲି ଦେଖିଛନ୍ତି ପୁରୀ ଜିଲ୍ଲାପାଳ । ଅନ୍ୟପଟେ ଚିପିଲିମା ଘଣ୍ଟେଶ୍ବରୀ ମନ୍ଦିରକୁ ମହାନଦୀ ପାଣି ପ୍ରବେଶ କରିଛି। ହୀରାକୁଦ ଡ୍ୟାମରେ ଅଧିକ ଗେଟ ଖୋଲିବା ପରେ ପାଣି ପଶିଛି । ମନ୍ଦିର ପରିସରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ମାଙ୍କ ପୂଜାର୍ଚ୍ଚନା କିନ୍ତୁ ପୂର୍ବ ଭଳି ଚାଲିଛି। ଆହୁରି ଗେଟ ଖୋଲିବାର ସମ୍ଭାବନା ଥିବାରୁ ଗମ୍ଭିରା ଭିତରକୁ ପଶିପାରେ ପାଣି।