ଦେଶରେ ଦିନକରେ ୧୦୩୩ ଜୀବନ ନେଇଛି କରୋନା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ଦେଶରେ ୧୦୩୩ ଲୋକଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ତେବେ ଆଶ୍ୱସ୍ତିକର କଥା ହେଉଛି, ଦେଶରେ ଏପର୍ଯ୍ୟନ୍ତ ୬୫ଲକ୍ଷରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟା ଭିତରେ ଦେଶରେ ୬୧୮୭୧ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ କରୋନା ଆକ୍ରାନ୍ତ ସଂଖ୍ୟା ୭୪ଲକ୍ଷ ଅତିକ୍ରମ କରିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭,୪୯୪,୫୫୨ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୧,୧୪,୦୩୧ରେ ପହଞ୍ଚି ଯାଇଛି। ଏବେ ଆକ୍ଟିଭ୍ ମାମଲା ୭,୮୩,୩୧୧ ରହିଥିବା ବେଳେ ୬୫,୯୭,୨୦୯ ଜଣ ସୁସ୍ଥ ହୋଇଛନ୍ତି।

ଦେଶରେ କରୋନା ସୁସ୍ଥ ହାର ଏବେ ୮୮ ପ୍ରତିଶତରେ ପହଞ୍ଚିଛି। ସେହିପରି ମୃତ୍ୟୁହାର ୧.୫ ପ୍ରତିଶତକୁ ହ୍ରାସ ପାଇଛି। ଦେଶରେ ପଜିଟିଭ୍ ହାର ୬.୪ ପ୍ରତିଶତ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୯ଲକ୍ଷ ୭୦ହଜାର ୧୬୩ କରୋନା ସାମ୍ପଲ୍ ଟେଷ୍ଟ କରାଯାଇଛି। ଏହାକୁ ମିଶାଇ ମୋଟ ୯ କୋଟି ୪୨ ଲକ୍ଷକ୍ ୨୪ହଜାର ୧୯୦ ସାମ୍ପଲ୍ ଟେଷ୍ଟ ହୋଇସାରିଛି।