ଡେରି ନକରି ୩୫ଟି ଆପ୍ସ ଡିଲିଟ୍‌ କରନ୍ତୁ

ଆଖି ପିଛୁଳାକେ ଚାଲିଯିବ ବ୍ୟାଙ୍କ ବାଲାନ୍ସ…..

ହ୍ୟାକରମାନେ ଆଣ୍ଡ୍ରଏଡ୍‌ ଆପ୍ସକୁ ଟାର୍ଗେଟ୍‌ କରୁଛନ୍ତି । ତେଣୁ ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କୁ ସର୍ବଦା ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନିକଟ ଅତୀତରେ ଗୁଗୁଲ ତା’ର ପ୍ଲେ ଷ୍ଟୋରରୁ ଚାରିଟି ଆପ୍ସ ହଟାଇଥିଲା । ଏବେ ଆହୁରି ୩୫ଟି ଆପ୍ସ ହଟାଇବାକୁ ନିଷ୍ପତି ନେଇଛି । ଉକ୍ତ ୩୫ଟି ଆପ୍ସ ବଳରେ ଫୋନ୍‌ ଡିଭାଇସ୍‌ରୁ ତଥ୍ୟ ଚୋରି କରି ହ୍ୟାକରମାନେ ବ୍ୟାଙ୍କ ଆକାଉଂଟ ଖାଲି କରି ଦେଉଛନ୍ତି ।

ଏଭଳି ମାରାତ୍ମକ ଆପ୍ସ ରଖି ଗୁଗୁଲ ଅପବାଦ ମୁଣ୍ଡାଇବାକୁ ରାଜି ନୁହେଁ । ଆପଣଙ୍କ ଭିତରୁ କେହି ସେହି ୩୫ଟି ଆପ୍ସ ଭିତରୁ କୌଣସିଟି ବ୍ୟବହାର କରୁଥିଲେ, ତୁରନ୍ତ ଡିଲିଟ୍‌ କରିଦିଅନ୍ତୁ । କିଛି ଆପ୍ସ ବ୍ୟବହାରକାରୀଙ୍କ ବ୍ୟାଙ୍କ ଜମାଖାତାରୁ ଟଙ୍କା ଚାଲିଯାଇଥିବାର ଖବର ସାମ୍ନାକୁ ଆସିବା ପରେ ଗୁଗୁଲ ସଜାଗ ହୋଇଯାଇଛି । ସାଇବର ସୁରକ୍ଷା ସଂସ୍ଥା ବିଟ୍‌ଡିଫେଣ୍ଡର ସୂଚନା ମୁତାବକ ଗୁଗୁଲ ପ୍ଲେ ଷ୍ଟୋରରେ ୩୫ଟି ନୂଆ ଆଣ୍ଡ୍ରଏଡ୍‌ ଆପ୍ଲିକେଶନ୍‌ ଠାବ କରାଯାଇଛି ଯାହାକୁ ୨୦ ଲକ୍ଷରୁ ଅଧିକ ଡାଉନ୍‌ଲୋଡ୍‌ କରାଯାଇଛି । ବିବାଦୀୟ ଆପ୍ସ ସେମାନଙ୍କର ପରିଚୟ ଗୋପନ ରଖି ବ୍ୟବହାରକାରୀଙ୍କ ଡିଭାଇସ୍‌ରୁ ତଥ୍ୟ ଚୋରି କରନ୍ତି ।