ଗାଁ ରେ ମଦ ବିକ୍ରି କୁ ବିରୋଧକରି ପାଟଣା ଅବକାରୀ ଥାନା ଘେରାଉ କଲେ ଶତାଧିକ ମହିଳା
ବାଲିଟୋଟା ଗ୍ରାମରେ ଅବାଧ ମଦ ବିକ୍ରି କୁ ଗ୍ରାମର ମହିଳା ମାନେ ବିରୋଧ କରିବାରୁ……
କେନ୍ଦୁଝର : ଗାଁ ରେ ମଦ ବିକ୍ରି କୁ ବିରୋଧକରି କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ଥାନା ଘେରାଉ କଲେ ଶତାଧିକ ମହିଳା। କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ବାଇକଳା ପଞ୍ଚାୟତ ର ବାଲିତୋଟା ଗ୍ରାମର ଶତାଧିକ ମହିଳା ବାଇକଳା ଗ୍ରାମପଞ୍ଚାୟତ ର ସରପଞ୍ଚ ହରିହର ନାଏକ ଓ ସମିତି ସଭ୍ୟା ରଜନୀ ଗନ୍ଧା ନାଏକ ଙ୍କ ନେତୃତ୍ବରେ ଗ୍ରାମରେ ହେଉଥିବା ଅବାଧ ମଦ ବିକ୍ରି କୁ ବିରୋଧକରି ପାଟଣା ଅବକାରୀ ଥାନା ଘେରାଉ କରି ଏହାକୁ ବନ୍ଦ କରିବାକୁ ଏକ ଦାବିପତ୍ର ପାଟଣା ଅବକାରୀ ଥାନା ଅଧିକାରୀ ରମେଶ ମହାନ୍ତିଙ୍କୁ ପ୍ରଦାନ କରିଥିଲେ। ବାଲିଟୋଟା ଗ୍ରାମରେ ଅବାଧ ମଦ ବିକ୍ରି କୁ ଗ୍ରାମର ମହିଳା ମାନେ ବିରୋଧ କରିବାରୁ ମଦ ମାଫିଆମାନେ ମହିଳା ମାନଙ୍କୁ ଖରାପ ଭାଷା ଗାଳିଗୁଲଜ କରିବାରୁ ସେମାନେ ବାଧ୍ୟ ହୋଇ ପାଟଣା ଅବକାରୀ ଥାନା ଘେରାଉ କରିଥିଲେ।