ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ରାଜଧାନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଶକ୍ତି ଦେଖାଇବେ । ବିଧାନସଭାରେ ବହୁମତ ସାବ୍ୟସ୍ତ ପାଇଁ ଆସ୍ଥା ପ୍ରସ୍ତାବ ଆଣିବେ କେଜ୍ରିୱାଲ । ସମସ୍ତ ବିଧାୟକ ଦଳ ସହ ରହିଛନ୍ତି ବୋଲି ବିଶ୍ୱାସ ମତ ପାଇଁ ଏହି ପ୍ରସ୍ତାବ ଆଣିବେ କେଜ୍ରିୱାଲ । ଏଥିପାଇଁ ଦିଲ୍ଲୀ ବିଧାନସଭା କାର୍ଯ୍ୟଦିବସ ଗୋଟିଏ ଦିନ ସ୍ୱତନ୍ତ୍ର ଭାବରେ ବୃଦ୍ଧି କରାଯାଇଛି । ଦିଲ୍ଲୀରେ ଆପ ଦଳକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ କେଜ୍ରୱାଲ ଆସ୍ଥା ପ୍ରସ୍ତାବ ଆଣିବାର ମୁଖ୍ୟ କାରଣ ହେଲା ସେ ପ୍ରମାଣ କରିବାକୁ ଚାହାନ୍ତି ଯେ ତାଙ୍କ ଦଳରେ କୌଣସି ମନାନ୍ତର ନାହିଁ । ଦଳକୁ ସମସ୍ତ ବିଧାୟକଙ୍କ ସମର୍ଥନ ରହିଛି । ଦଳ ବଦଳାଇବାକୁ ବିଜେପି ବିଧାୟକମାନଙ୍କୁ ୨୦ କୋଟି ଟଙ୍କା ପ୍ରଧାନ କରିଥିବା ଅଭିଯୋଗ କରିଛନ୍ତି କେଜ୍ରିୱାଲ । କେଜ୍ରିୱାଲ କହିଛନ୍ତି ଦିଲ୍ଲୀରେ ଅପରେସନ ଲୋଟସ ଫେଲ ମାରିଛି । ଦିଲ୍ଲୀରେ ଆପ ଦଳକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଛି ।