ରାଉରକେଲାରେ ନକଲି ନୋଟ କାରଖାନା: ୧୬ ଲକ୍ଷ ଜବତ

ରାଉରକେଲା : ରାଉରକେଲା ସହରରେ ରାଜ୍ୟ ଏସଟିଏଫର ମୁଖ୍ୟ ଜୟନାରାୟଣ ପଙ୍କଜ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ରାଉରକେଲା ସେକ୍ଟର ୧୭ ଅଂଚଳରେ ଚଢଉ କରିଥିଲା । ଚଢଉ ବେଳେ ସେଠାରୁ ବିପୁଳ ପରିମାଣର ନକଲି ଟଙ୍କା ଓ ଏହାର ଛପା ଲାଗି ଆବଶ୍ୟକୀୟ ସାମଗ୍ରୀ ଜବତ କରି ଜଣକୁ ଗିରଫ କରାଯାଇଛି । ଏହି ନକଲି ଟଙ୍କା କାରବାର ନେଇ ପୂର୍ବରୁ ଏସଟିଫ ବିଭିନ୍ନ ସ୍ଥାନରେ ଚଢଉ କରିଥିବା ବେଳେ ଏହାର ଚେର ରାଉରକେଲାକୁ ଲମ୍ବିଛି । ଚଢଉ ବେଳେ ସେଠାରେ ଥିବା ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ, କଲର ପ୍ରିଟଂର, ଲାପଟପ, ଚାର୍ଜର ଆଦି ଜବତ କରିବା ସହ ଏହି ମାମଲାରେ ସେକ ଅହମଦ ନାମକ ଜଣେ ଯୁବକକୁ ଗିରଫ କରାଯାଇଛି ।