କରାଚୀରେ ବଡ଼ ଧରଣର ବିସ୍ଫୋରଣ

କରାଚୀ : ପାକିସ୍ତାନର କରାଚୀରେ ଏକ ରୋଷେଇ ସିଲିଣ୍ଡର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁଲଶନ-ଏ-ଇକବାଲରେ ମସକନ ଚୌରଙ୍ଗୀରେ ୨ତାଲା କୋଠାରେ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କୋଠାଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ପାଖରେ ଥିବା କୋଠା ମଧ୍ୟ ଭାଙ୍ଗିରୁଜି ଯାଇଛି। ପାକିସ୍ତାନର ଡନ୍ ନ୍ୟୁଜରୁ ଏହା ଜଣାପଡ଼ିଛି।

ସମସ୍ତ ଆହତ ଏବଂ ମୃତକଙ୍କୁ ପଟେଲ ଡାକ୍ତରଖାନା ଭର୍ତି କରାଯାଇଛି । ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନି। ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ କରିବାରୁ ଏଭଳି ହୋଇଛି ବୋଲି କୁହାଯାଉଛି। ଘଟଣାର ଅଧିକ ତଦନ୍ତ କରିବା ପାଇଁ ତଦନ୍ତକାରୀ ଟିମ୍ ସହ ଉଦ୍ଧରକାରୀ ଦଳ ପହଛନ୍ତି। ସ୍ଥାନୀୟ ଲୋକାମାନଙ୍କ କହିବା ଅନୁଯାୟୀ ବିସ୍ଫୋରଣ ପରେ ପାଖରେ ଥିବା ଅନ୍ୟ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।