ଶାରଦୀୟ ଦୁର୍ଗାପୂଜା ପାର୍ବଣ: ଦିନକ ପରେ ନବରାତ୍ରି

ଦୁର୍ଗା ପୂଜା ହେଉଛି ଭାରତର ଏକ ମହାନ ପର୍ବ..

ଭୁବନେଶ୍ୱର: ମାଁ ଙ୍କୁ ପୂଜା ମଣ୍ଡପରେ ଦର୍ଶନ ନିମନ୍ତେ ଆତୁର ରହିଛନ୍ତି ଭକ୍ତ ଓ ସେବାୟତ । ଦିନକ ପରେ ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ରି ଆରମ୍ଭ ହୋଇଯିବ । ମା’ଦୁର୍ଗାଙ୍କୁ ସ୍ୱାଗତ ଜଣାଇବା ପାଇଁ ଭକ୍ତ ଓ ସେବାୟତ ପୀଠରୁ ମନ୍ଦିର ଓ ମଣ୍ଡପ ଯାଏଁ ପ୍ରସ୍ତୁତିକୁ ଜୋରଦାର କରିଦେଇଛନ୍ତି । ମନ୍ଦିର ଓ ପୀଠଗୁଡ଼ିକରେ ପ୍ରସ୍ତୁତି ଚୂଡ଼ାନ୍ତ ସ୍ତରରେ ପହଂଚିଥିବା ବେଳେ ମଣ୍ଡପ ଗୁଡ଼ିକରେ ପୂଜା କମିଟିଗୁଡ଼ିକ ଦ୍ୱାରା କାମ ଜୋରଦାର ଚାଲିଛି ।

ଦୁର୍ଗା ପୂଜା ହେଉଛି ଭାରତର ଏକ ମହାନ ପର୍ବ । ଏହା ଦେଶର ଚାରିଆଡେ ପାଳନ କରାଯାଇଥାଏ । ଏଥି ପାଇଁ ସରକାରୀ ଅବକାଶ ରହିଥାଏ । ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ଅତିକମରେ ୨ ଦିନ ବନ୍ଦ ରହିଥାଏ । କୋଭିଡ କଟକଣା ଯୋଗୁଁ ବିଗତ ୨ ବର୍ଷ ଦୁର୍ଗାପୂଜାକୁ ନିରାଡାମ୍ବର ସହିତ ପାଳନ କରାଯାଇଥିଲା । ଏଥର କିନ୍ତୁ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯିବା।

ନବରାତ୍ରୀରେ ଦାଣ୍ଡିଆ ମୁଖ୍ୟ ଆକର୍ଷଣ ହୋଇଥାଏ । ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଓଡିଶା ସମେତ ଅନ୍ୟ ରାଜ୍ୟରେ ମଧ୍ୟ ଏହି ନୃତ୍ୟର ଝଲକ ଦେଖିବାକୁ ମିଳିଥାଏ ।