ସୁନାବେଶରେ ଦର୍ଶନ ଦେଇଛନ୍ତି ଘଟଗାଁ ରାଣୀ ମା’ ତାରିଣୀ

ମା’ଙ୍କର ସୁନାବେଶ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ଵ୍ୟାପକ ପ୍ରସ୍ତୁତି..

କେନ୍ଦୁଝର,(ସାକ୍‌ସୀ ନ୍ୟୁଜ୍‌): ସୁନାବେଶରେ ଘଟଗାଁ ରାଣୀ କେନ୍ଦୁଝର -ଧରାବତରଣ କରିଛନ୍ତି ମା’ ଜଗତ ଜନନୀ! ଦୁଇ ବର୍ଷ ପରେ ଜମୁଛି ପୂଜାର ମାହୋଲ, ମା ଙ୍କର ମହାସପ୍ତମୀ ପୂଜା, ସୁନାବେଶରେ ଦର୍ଶନ ଦେଇ ଛନ୍ତି ଘଟଗାଁ ରାଣୀ ମା ତାରିଣୀ।

ରାଜ୍ୟର ସର୍ବପୁରାତନ ଦେବୀ ପୀଠ ଭାବେ ପରିଚିତ ଘଟଗାଁ ମା ‘ତାରିଣୀ ପୀଠରେ ମା’ଙ୍କ ଦର୍ଶନ ପାଇଁ ଭକ୍ତ ଙ୍କ ଭିଡ ଲାଗିଛି। ସ୍ୱତନ୍ତ୍ର ଦୁର୍ଗା ପୂଜା ପାଇଁ ମା ତାରିଣୀ ସୁନାବେଶରେ ଭକ୍ତ ଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ମା ଙ୍କ ସ୍ୱତନ୍ତ୍ର ପୂଜା ଅର୍ଚନା ପରେ ସାଧାରଣ ଦର୍ଶନ ହୋଇଛି।

ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ମା ଭକ୍ତ ଙ୍କୁ ସୁନା ବେଶରେ ଦର୍ଶନ ଦେବେ। ଏହି ଦର୍ଶନ ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଜମିଛି । ଭକ୍ତ ତାର ମନ ସ୍କାମନା ମା’ ଙ୍କ ନିକଟରେ ଜଣାଉଅଛି। ମା’ଙ୍କର ଏହି ସୁନାବେଶ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ଵ୍ୟାପକ ପ୍ରସ୍ତୁତି କରାଯାଇଛି।