ଯାଜପୁର ବିଧାୟକ ସମେତ ୬ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଭୁବନେଶ୍ୱର(ଏସ ନ୍ୟୁଜ) : ଗତ ବନ୍ୟାରେ ଧର୍ମଶାଳା କେଳୁଆ ନଦୀବନ୍ଧ ଠାରେ ରମାପୁର ଘାଇ ମନୁଷ୍ୟକୃତ ଅଭିଯୋଗ ଘଟଣାରେ ୬ ଜଣଙ୍କୁ ଲୋକାୟୁକ୍ତଙ୍କ ନୋଟିସ। ଯାଜପୁର ଜିଲ୍ଳାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି ଲୋକାୟୁକ୍ତ।

ଏହି ମାମଲାରେ ଧର୍ମଶାଳା ବିଜେଡ଼ି ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ଜିଲ୍ଲାପାଳଙ୍କ ସହ ୪ ଅଧିକାରୀଙ୍କୁ ଳୋକାୟୁକ୍ତ ନୋଟିସ କରିଛନ୍ତି। ପୁର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ, ପାଣିକୋଇଲି ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏବଂ ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜାରକା ଜଳସେଚନ ବିଭାଗର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନୋଟିସ ।୬ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସରେ ନିର୍ଦ୍ଦେଶ ।

ରମାପୁର ମନୁଷ୍ୟକୃତ ଭାବେ ଘାଇ ସୃଷ୍ଟି କରାଯାଇଥିବା ନେଇ ଲୋକାୟୁକ୍ତଙ୍କ ଦ୍ଵାରସ୍ଥ ହୋଇଥିଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ଵର ବେହରା। ଯାହା ଫଳରେ ୪000 ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମି ନଷ୍ଟ ହୋଇଥିବା ନେଇ ଅଭିଯୋଗରେ ଦର୍ଶା ଯାଇଥିଲା। ଏଥିରେ ସ୍ଥାନୀୟ ବିଧାୟକ ଏବଂ କିଛି ସରକାରୀ ଅଧିକାରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ମଧ୍ୟ ହୋଇଥିଲା। ବନ୍ୟାଞ୍ଚଳ ଗ୍ରସ୍ତ କରି ଉଭୟ ବିଜେପି ଏବଂ କଂଗ୍ରେସ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ଘଟଣାର ତଦନ୍ତ ଦାବି କରିଥିଲେ।