ଦେଶରେ ୫୫,୮୩୮ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୫୫,୮୩୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଉ ୭୦୨ ଜଣଙ୍କ ମୃତ୍ୟୁ ହୋଇଛି।

ଏହାକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୭୭ ଲକ୍ଷ ୬ ହଜାର ୯୪୬ରେ ପହଞ୍ଚିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬ରେ ପହଞ୍ଚିିଛି। ଏବେ ଆହୁରି ୭ ଲକ୍ଷ ୧୫ ହଜାର ୮୧୨ ଜଣ ସକ୍ରିୟ ଥିବା ବେଳେ ସୁସ୍ଥ ହୋଇ ସାରିଲେଣି ୬୮ ଲକ୍ଷ ୭୪ ହଜାର ୫୧୮ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୭୯,୪୧୫ ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି।

ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ସୂଚନା ଦିଆଯାଇଛି ଯେ ଗତକାଲି ୧୪ ଲକ୍ଷ ୬୯ ହଜାର ୯୮୫ ନମୁନା ପରୀକ୍ଷଣ ହୋଇଥିବା ବେଳେ ଏବେ ସୁଦ୍ଧା ସମୁଦାୟ ୯ କୋଟି ୮୬ ଲକ୍ଷ ୭୦ ହଜାର ୩୬୩ ନମୁନା ପରୀକ୍ଷା ହୋଇ ସାରିଲାଣି।