ତିର୍ତ୍ତୋଲରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ

ଭୁବନେଶ୍ୱର (ଏସ୍ ନ୍ଯୁଜ) : ବିଜେଡି ତିର୍ତ୍ତୋଲରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ଏ ନେଇ କଂଗ୍ରେସ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।

ଗୋପାଳପୁର ପଞ୍ଚାୟତ କିର୍ତ୍ତନପୁର ଗାଁରେ ଏକ କମ୍ୟୁନିଟି କେନ୍ଦ୍ରକୁ ବିଜେଡି ତାର କାର୍ଯ୍ୟାଳୟ କରିଥିବା କଂଗ୍ରେସ ଅଭିଯୋଗ କରିଛି । ସରକାରୀ କାର୍ଯ୍ୟାଳୟକୁ ବିଜେଡି ନିଜର ନିର୍ବାଚନ କାର୍ଯ୍ୟାଳୟ କରିବା ଥିବା କଂଗ୍ରେସ କହିଛି । ତେଣୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କଂଗ୍ରେସ ଦାବି କରିଛି।