ତେଲେଙ୍ଗାନାକୁ ୫ କୋଟିର ସହାୟତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଏସ୍ ନ୍ଯୁଜ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତେଲେଙ୍ଗାନା ପାଇଁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଲଗାଣ ବର୍ଷା ଯୋଗୁ ତେଲେଙ୍ଗାନାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜଧାନୀ ହାଇଦ୍ରାବାଦର ଅନେକ ଅଞ୍ଚଳ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ଓଡ଼ିଶା ସରକାର ତେଲେଙ୍ଗାନା ସରକାରଙ୍କୁ ସହାୟତା ଘୋଷଣା କରିଛନ୍ତି।ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଫିସ ଟ୍ୱିଟ୍ କରି ଏହି ସୂଚନା ଦେଇଛି।

ବନ୍ୟାରେ ପାଖାପାଖି ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଲଗାଣ ବର୍ଷା ପ୍ରଭାବରେ ଆନ୍ଧ୍ର ପ୍ରଦେଶରେ ଆନୁମାନିକ ୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ସୂଚନା ରହିଛି।