ଭୁବନେଶ୍ୱର(ଏସ୍ ନ୍ୟୁଜ) ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ସାମ୍ପୁଲ୍ ଭିତରୁ ୨୬୯୮ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ହଜାର ପାର୍ କରିଛି। ଏଥିସହ ପୁଣି ଓଡ଼ିଶାରେ ୧୦ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି ଏହି ମହାମାରୀ ଭୂତାଣୁ।
୨୬୯୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୭୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୨୩ ଜଣ ଲୋକାଲ କେସ ବୋଲି ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୭୫ ଜଣ ପଜିଟିଭ୍ ବାହାରିଛନ୍ତି। ସେହିପରି କଟକରୁ ୨୦୭, ଗଞ୍ଜାମରୁ ୧୬୨, ବାଲେଶ୍ୱରରୁ ୧୦୨, କୋରାପୁଟରୁ ୧୪୬, ରାୟଗଡ଼ାରୁ ୧୫୪ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୧୦୩ ଲେଖାଁଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
୧୦ ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୯୦ ଛୁଇଁଛି। ସେହିଭଳି ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୪୧ ନୂଆ କରୋନା ଆକ୍ରାନ୍ତ ସୁସ୍ଥ ଲାଭ କରିଛନ୍ତି। ମୋଟ ୪୮,୫୭୬ ଜଣ ଆକ୍ରାନ୍ତ ଏଯାଏଁ ସୁସ୍ଥ ହୋଇସାରିଥିବା ବେଳେ ଆକ୍ଟିଭ୍ କେସ ୨୩,୬୯୯ ରହିଛି।