ମିଳିତ ଜାତିସଂଘର ବିଶ୍ୱ ଭୂତତ୍ତ୍ୱ ଆନ୍ତର୍ଜାତୀୟ କଂଗ୍ରେସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଆନ୍ତର୍ଜାତୀୟ ପ୍ରତିନିଧୀ, ବିଶ୍ବ ଭୂତତ୍ତ୍ବ କ୍ଷେତ୍ରର ବିଶେଷଜ୍ଞ, ସମ୍ମାନିତ ଅଂଶଗ୍ରହଣକାରୀ ଏବଂ ବନ୍ଧୁଗଣ।  ଭାରତକୁ ସ୍ବାଗତ!

2ୟ ମିଳିତ ଜାତିସଂଘର ବିଶ୍ୱ ବିଶ୍ବ ଭୂତତ୍ତ୍ବ ଆନ୍ତର୍ଜାତୀୟ କଂଗ୍ରେସର ଏକ ଅଂଶ ଭାବରେ ମୁଁ ସମସ୍ତଙ୍କ ସହ ଆଲୋଚନା କରି ଖୁସି ଅଟେ। ଆମେ ଆମର ଭବିଷ୍ୟତକୁ ଏକାଠି ଗଢ଼ିବା ସହିତ ଭାରତର ଲୋକମାନେ ଏହି ଐତିହାସିକ ଉତ୍ସବରେ ଆୟୋଜନ କରି ଅତ୍ୟନ୍ତ ଆନନ୍ଦିତ। ଏହା ଖୁସିର ବିଷୟ ଯେ ହାଇଦ୍ରାବାଦରେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଏହି ସହର ଏହାର ସଂସ୍କୃତି ଏବଂ ଖାଦ୍ୟ , ଆତିଥ୍ୟ ଏବଂ ହାଇ-ଟେକ୍ ଦର୍ଶନ ପାଇଁ ଜଣାଶୁଣା।

ବନ୍ଧୁଗଣ,

ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ‘ଜିଓ-ଏନାବଲିଂ ଦି ଗ୍ଲୋବାଲ୍ ଭିଲେଜ୍‌ : କେହି ରହିଯିବା ଉଚିତ୍ ନୁହେଁ। ଏହା ହେଉଛି ଏକ ବିଷୟବସ୍ତୁ ଯାହା ଗତ କିଛି ବର୍ଷ ମଧ୍ୟରେ ଭାରତ ନେଇଥିବା ପଦକ୍ଷେପରେ ଦେଖାଯାଏ। ଆମେ ଅନ୍ତୋଦୟର ଏକ ଦର୍ଶନ ଉପରେ କାର୍ଯ୍ୟ କରୁଛୁ, ଯାହାର ଅର୍ଥ ହେଉଛି ଶେଷ ମାଇଲରେ ଥିବା ଶେଷ ବ୍ୟକ୍ତିଙ୍କୁ ଏକ ମିଶନ ମୋଡରେ ସଶକ୍ତ କରିବା । ଏହି ଲକ୍ଷ୍ୟ  ହିଁ ଆମକୁ ଏକ ବୃହତ ସ୍ତରରେ ଶେଷ ମାଇଲ୍ ସଶକ୍ତିକରଣରେ ମାର୍ଗଦର୍ଶନ କରିଛି।  450 ନିୟୁତ ବ୍ୟାଙ୍କ ସୁବିଧା ନଥିବା ଲୋକଙ୍କୁ ବ୍ୟାଙ୍କ ସୁବିଧା ପ୍ରଦାନ କରିବା, ଆମେରିକାର ତୁଳନାରେ ଅଧିକ ଜନସଂଖ୍ୟା, 135 ନିୟୁତ ଅଣ-ବୀମାଭୁକ୍ତ ଲୋକଙ୍କୁ ବୀମା ସୁବିଧା ପ୍ରଦାନ କରିବା, ଯାହାକି ଫ୍ରାନ୍ସର ଜନସଂଖ୍ୟାର ପ୍ରାୟ ଦୁଇଗୁଣା, 110 ନିୟୁତ ପରିବାରକୁ ପରିମଳ ସୁବିଧା ପ୍ରଦାନ କରିବା ଏବଂ 60 ମିଲିୟନରୁ ଅଧିକ ପରିବାରକୁ ଜଳ ସଂଯୋଗ, ଏଗୁଡ଼ିକ ସହାୟତାରେ ଭାରତ ନିଶ୍ଚିତ କରୁଛି ଯେ କେହି ଯେପରି ପଛରେ ରହି ନାହାଁନ୍ତି।

ବନ୍ଧୁଗଣ,

ଭାରତର ବିକାଶ ଯାତ୍ରାରେ ଦୁଇଟି ସ୍ତମ୍ଭ ହେଉଛି ପ୍ରମୁଖ: ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭା | ଆସନ୍ତୁ ପ୍ରଥମ ସ୍ତମ୍ଭ-ଟେକ୍ନୋଲୋଜିକୁ ଦେଖିବା। ଟେକ୍ନୋଲୋଜି ପରିବର୍ତ୍ତନ ଆଣେ | ଆପଣମାନଙ୍କ ମଧ୍ୟରୁ କେହି କେହି ଶୁଣିଥିବେ ଯେ ରିଅଲ ଟାଇମ ଡିଜିଟାଲ ପେମେଣ୍ଟରେ ଭାରତ ହେଉଛି ବିଶ୍ୱର ଏକ ନମ୍ବର। ଯଦି ଆପଣ ବାହାରକୁ ଯିବେ, ଆପଣ ଦେଖିବେ ଛୋଟ ବିକ୍ରେତାମାନେ ମଧ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରନ୍ତି, ଓ ଏହାକୁ ପସନ୍ଦ କରନ୍ତି | ସେହିଭଳି, ଟେକ୍ନୋଲୋଜି ମାଧ୍ୟମରେ ହିଁ ଆମେ କୋଭିଡ୍‌-19 ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିଥିଲୁ | ଆମର ବୈଷୟିକ ଭିତ୍ତିକ ଜେଏଏମ୍‌  ଟ୍ରିନିଟି 800 ନିୟୁତ ଲୋକଙ୍କୁ ନିରନ୍ତର ଭାବରେ କଲ୍ୟାଣକାରୀ ସୁବିଧା ପ୍ରଦାନ କଲା! ଏପରିକି ବିଶ୍ୱର ସର୍ବବୃହତ ଟୀକା ଡ୍ରାଇଭ୍ ଏକ ଟେକ୍ ପ୍ଲାଟଫର୍ମ ଦ୍ୱାରା ପରିଚାଳିତ ହୋଇଥିଲା। ଭାରତ , କଦାପି ଟେକ୍ନୋଲୋଜି କୁ ଅଣଦେଖା କରିନଥାଏ। ଏହା ଟେକ୍‌ନୋଲୋଜି ସହାୟତାରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିଥାଏ।  ଆପଣ ସମସ୍ତେ ଭୂତତ୍ତ୍ବ ସେକ୍ଟର ସହିତ ଜଡିତ। ଆପଣ ଜାଣି ଅତ୍ୟନ୍ତ ଖୁସି ହେବେ, ଭୂତତ୍ତ୍ବ ଟେକ୍ନୋଲୋଜି ସମସ୍ତଙ୍କୁ ସାମିଲ କରି ବିକାଶାର ଧାରାକୁ ଆଗେଇ ନେଉଛି। ଉଦାହରଣ ସ୍ୱରୂପ ଆମର ସ୍ବାମିତ୍ବ ଯୋଜନା ନିଅନ୍ତୁ। ଗ୍ରାମଗୁଡିକରେ ପ୍ରପର୍ଟି ଗୁଡ଼ିକୁ ମ୍ୟାପ୍ କରିବା ଆମେ ଡ୍ରୋନ୍ ବ୍ୟବହାର କରୁଛୁ | ଏହି ତଥ୍ୟ ବ୍ୟବହାର କରି ଗ୍ରାମବାସୀ ପ୍ରପର୍ଟି କାର୍ଡ ଗ୍ରହଣ କରୁଛନ୍ତି। ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କର ମାଲିକାନା ବିଷୟରେ ସ୍ପଷ୍ଟ କାଗଜାତ ଅଛି। ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ସମ୍ପତ୍ତି ଅଧିକାର କିପରି ସମୃଦ୍ଧିର ମାର୍ଗ ରୂପେ ପ୍ରମାଣିତ ହୋଇଛି।  ଯେତେବେଳେ ମହିଳାମାନେ ମାଲିକାନାର ମୁଖ୍ୟ ହିତାଧିକାରୀ ହୁଅନ୍ତି ଏହି ସମୃଦ୍ଧତା ଆହୁରି ତ୍ୱରାନ୍ୱିତ ହୋଇପାରିବ |

ଆମେ ଭାରତରେ ଏହା କରୁଛୁ | ଆମର ସାର୍ବଜନୀନ ଗୃହ ଯୋଜନା ପ୍ରାୟ 24 ନିୟୁତ ଗରିବ ପରିବାରକୁ ଘର ଯୋଗାଇ ଦେଇଛି | ମହିଳାମାନେ ଏହି ଘରଗୁଡିକର ପ୍ରାୟ 70% ର ଏକମାତ୍ର କିମ୍ବା ମିଳିତ ମାଲିକ ଅଟନ୍ତି | ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଦାରିଦ୍ର୍ୟତା ଏବଂ ଲିଙ୍ଗଗତ ସମାନତା ଉପରେ ଏହି ପଦକ୍ଷେପଗୁଡ଼ିକର ସିଧାସଳଖ ପ୍ରଭାବ ପଡିଛି। ଆମର ଉଚ୍ଚାଭିଳାଷୀ ପିଏମ୍‌ ଗତି ଶକ୍ତି ମାଷ୍ଟରପ୍ଲାନ୍ ମଲ୍ଟି ମୋଡାଲ୍ ଭିତ୍ତିଭୂମି ନିର୍ମାଣ କରୁଛି । ଏହା ଭୂସ୍ଥାନିକ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ | ଆମର ଡିଜିଟାଲ୍ ମହାସାଗର ପ୍ଲାଟଫର୍ମ ଆମର ମହାସାଗରର ପରିଚାଳନା ପାଇଁ ଭୂ-ସ୍ଥାନିକ ଟେକ୍ନୋଲୋଜି ବ୍ୟବହାର କରୁଛି । ଏହା ଆମ ପରିବେଶ ଏବଂ ସାମୁଦ୍ରିକ ଇକୋ-ସିଷ୍ଟମ ପାଇଁ ଗୁରୁତ୍ୱପୂର୍ଣ୍ଣ | ଭୂ-ସ୍ଥାନିକ ଟେକ୍ନୋଲୋଜିର ଲାଭ ପ୍ରଦାନ କରିବାରେ ଭାରତ ଏକ ଉଦାହରଣ ସୃଷ୍ଟି କରିସାରିଛି। ଆମର ଦକ୍ଷିଣ ଏସିଆ ଉପଗ୍ରହ ଆମର ଆଖପାଖରେ ଯୋଗାଯୋଗକୁ ସୁଦୃଢ଼ କରିଆସୁଛି |

ବନ୍ଧୁଗଣ,

ମୁଁ ଆପଣଙ୍କୁ କହିଥିଲି ଯେ ଭାରତର ଯାତ୍ରା ଟେକ୍ନୋଲୋଜି ଏବଂ ପ୍ରତିଭା ଦ୍ୱାରା ପରିଚାଳିତ । ଏବେ, ଦ୍ୱିତୀୟ ସ୍ତମ୍ଭ ପ୍ରତିଭାକୁ ଆସିବା। ମହାନ ଅଭିନବ ଉତ୍ସାହ ​​ସହିତ ଭାରତ ଏକ ଯୁବ ରାଷ୍ଟ୍ର। ଆମେ ଦୁନିଆର ଟପ୍ ଷ୍ଟାର୍ଟଅପ୍ ହବ୍ ମଧ୍ୟରେ ଅଛୁ। 2021 ପରଠାରୁ, ଆମେ ୟୁନିକର୍ଣ୍ଣ ଷ୍ଟାର୍ଟଅପ୍ ସଂଖ୍ୟାକୁ ପ୍ରାୟ ଦ୍ୱିଗୁଣିତ କରିଛୁ। ଏହା ଭାରତର ଯୁବ ପ୍ରତିଭା ଯୋଗୁଁ ହୋଇପାରିଛି। ଔପନିବେଶିକ ଶାସନରୁ ଭାରତର 75 ବର୍ଷ ସ୍ୱାଧୀନତା ପାଳନ କରୁଛି। ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାଧୀନତା ହେଉଛି ଅଭିନବ କରିବାର ସ୍ୱାଧୀନତା। ଭାରତର ଭୂସ୍ଥାନିକ ସେକ୍ଟର ପାଇଁ ଏହା ନିଶ୍ଚିତ କରାଯାଇଛି | ଆମର ପ୍ରତିଭାବାନ, ଯୁବକ ମାନଙ୍କ ପାଇଁ ଆମେ ସେକ୍ଟର ଖୋଲିଛୁ।  ଦୁଇ ଶତାବ୍ଦୀରୁ ସଂଗୃହିତ ସମସ୍ତ ତଥ୍ୟ ହଠାତ୍ ମୁକ୍ତ ଏବଂ ଉପଲବ୍ଧ ହେଲା। ଭୂସ୍ଥାନିକ ତଥ୍ୟର ସଂଗ୍ରହ, ଉତ୍ପାଦନ ଏବଂ ଡିଜିଟାଇଜେସନ୍ ବର୍ତ୍ତମାନ ଗଣତାନ୍ତ୍ରିକ ହୋଇଛି| ଏହିପରି ସଂସ୍କାର ଏକମାତ୍ର ଭାବରେ କରାଯାଇ ନାହିଁ। ଭୂ-ସ୍ଥାନିକ ସେକ୍ଟର ସହିତ, ଆମେ ଆମର ଡ୍ରୋନ୍ ସେକ୍ଟରକୁ ଏକ ପ୍ରମୁଖ ଉତ୍ସ ପ୍ରଦାନ କରିଛୁ। ବ୍ୟକ୍ତିଗତ ଅଂଶଗ୍ରହଣ ପାଇଁ ଆମର ସ୍ପେସ୍ ସେକ୍ଟର ମଧ୍ୟ ଖୋଲିଛି | ଭାରତରେ ମଧ୍ୟ 5ଜି ଆରମ୍ଭ ହେଉଛି। ବିଦ୍ୟମାନ ତଥ୍ୟ, ନୂତନ ଡାଟା ପାଇବା ପାଇଁ ଡ୍ରୋନ୍ ଟେକ୍ନୋଲୋଜି, ସ୍ପେସ୍ କ୍ଷମତା ପାଇଁ ପ୍ଲାଟଫର୍ମ ଏବଂ ହାଇ ସ୍ପିଡ୍ କନେକ୍ଟିଭିଟି ଯୁବ ଭାରତ ଏବଂ ବିଶ୍ବ ପାଇଁ ଏକ ଯୁଗାନ୍ତକାରୀ ବିଷୟ ଅଟେ।

ବନ୍ଧୁଗଣ,

ଯେତେବେଳେ ଆମେ କହିବା ଯେ ‘କାହାକୁ ପଛରେ ଛାଡିବା ଉଚିତ୍ ନୁହେଁ’, ଏହା ସବୁ ବିଷୟ ପାଇଁ ପ୍ରଯୁଜ୍ୟ। କୋଭିଡ-19 ମହାମାରୀ ସମସ୍ତଙ୍କୁ ସାଙ୍ଗରେ ନେବା ପାଇଁ ବିଶ୍ୱ ପାଇଁ ଏକ ଜାଗ୍ରତ ଆହ୍ବାନ  ହେବା ଉଚିତ୍। ବିକାଶଶୀଳ ଦେଶରେ କୋଟି କୋଟି ଲୋକ ନିଦାନ, ଔଷଧ, ଚିକିତ୍ସା ଉପକରଣ, ଟିକା ଏବଂ ଆହୁରି ଅନେକର ଆବଶ୍ୟକ କରନ୍ତି। ତଥାପି, ସେମାନଙ୍କୁ ନିଜ ଭାଗ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡ଼ିଥିଲା। ସଙ୍କଟ ସମୟରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଆନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ଏକ ଅନୁଷ୍ଠାନିକ ଆଭିମୁଖ୍ୟର ଆବଶ୍ୟକତା ଅଛି।  ମିଳିତ ଜାତିସଂଘ ପରି ବିଶ୍ୱସ୍ତରୀୟ ସଂଗଠନଗୁଡ଼ିକ ପ୍ରତ୍ୟେକ ଅଞ୍ଚଳରେ ଶେଷ ମାଇଲ୍ ପର୍ଯ୍ୟନ୍ତ ଉତ୍ସଗୁଡ଼ିକୁ ନେଇପାରିବ। ଜଳବାୟୁ ପରିବର୍ତ୍ତନ ସହିତ ମୁକାବିଲା କରିବାରେ ପରସ୍ପର ସହଯୋଗ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆମ ମାନଙ୍କ ନିକଟରେ ଗୋଟିଏ ଗ୍ରହ ରହିଛି।  ମୁଁ ନିଶ୍ଚିତ ଯେ ଆମ ଗ୍ରହକୁ ବଞ୍ଚାଇବା ପାଇଁ ଆମେ ସର୍ବୋତ୍ତମ ଅଭ୍ୟାସ ଗ୍ରହଣ କରିବା। ଭୂସ୍ଥାନିକ ଟେକ୍ନୋଲୋଜି ପ୍ରଦାନ କରୁଥିବା ସମ୍ଭାବନାଗୁଡିକ ଅସୀମ। ସ୍ଥାୟୀ ସହରୀ ବିକାଶ, ବିପର୍ଯ୍ୟୟ ପରିଚାଳନା ଏବଂ ହ୍ରାସ କରିବା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ନଜର ରଖିବା, ଜଙ୍ଗଲ ପରିଚାଳନା, ଜଳ ପରିଚାଳନା, ମରୁଭୂମି ବନ୍ଦ କରିବା, ଖାଦ୍ୟ ନିରାପତ୍ତା, ଭୂ-ସ୍ଥାନିକ ଟେକ୍ନୋଲୋଜି ମାଧ୍ୟମରେ ଆମ ଗ୍ରହ ପାଇଁ ଅନେକ କିଛି କରିପାରିବା | ମୁଁ ଆଶା କରେ ଯେ ଏହି ସମ୍ମିଳନୀ ଏହିପରି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିକାଶ ବିଷୟରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରିବ।

ବନ୍ଧୁଗଣ,

2ୟ ଜାତିସଂଘ ବିଶ୍ୱ ଭୂ-ସ୍ଥାନିକ ଆନ୍ତର୍ଜାତୀୟ କଂଗ୍ରେସ ମୋତେ ଆଶାବାଦୀ କରେ। ଗ୍ଲୋବାଲ୍ ଭୂ-ସ୍ଥାନିକ ଇଣ୍ଡଷ୍ଟ୍ରିର ଅଂଶୀଦାରମାନେ ଏକାଠି ହେବା ସହିତ ନୀତି ନିର୍ମାତା ଏବଂ ଏକାଡେମିକ୍ ଜଗତ ପରସ୍ପର ସହ ଆଲୋଚନା କରିବା ଉଚିତ୍। ମୁଁ ନିଶ୍ଚିତ ଯେ ଏହି ସମ୍ମିଳନୀ ବିଶ୍ୱ କୁ ଏକ ନୂତନ ଭବିଷ୍ୟତରେ ନିର୍ମାଣରେ ସାହାଯ୍ୟ କରିବ |

ଆପଣଙ୍କୁ ଧନ୍ୟବାଦ!