ଓଜନ କମାଇବା ପାଇଁ , ଆପଣାନ୍ତୁ ଏହି ଟିପ୍ସ

ଓଟ୍ସ- ଓଟ୍ସକୁ କ୍ଷୀରରେ ମିଶାଇ ଜଳଖିଆରେ ଖାଇବା ସାଧାରଣ କଥା….

ଆପଣ ସବୁବେଳେ ଶୁଣିଥିବେ ଓଜନ କମାଇବାକୁ ହେଲେ ଅନେକ ଖାଦ୍ୟ ଛାଡିବାକୁ ହୁଏ। କୁହାଯାଏ ଯେ ରାତିରେ ଅଧିକ ଖାଇଲେ ହଜମ କ୍ରିୟା ଠିକ୍‌ ସେ ହୋଇପାରେ ନାହିଁ । ବେଳେ ବେଳେ ମଧ୍ୟ ଓଜନ ମଧ୍ୟ ବଢିଯାଏ।

ତେଣୁ ଏମିତି କିଛି ଲୋକଙ୍କୁ ଦେଖିଥିବେ । ଯିଏ ଦିନରେ ଖାଇଥାନ୍ତି ରାତିରେ ଖାଇବା ବନ୍ଦ କରିନ୍ତି। ଯଦି ଆପଣ ଓଜନ କମାଇବାକୁ ଚେଷ୍ଟା କରୁଛନ୍ତି, ତାହେଲେ ଓଜନ କମାଇବା ପାଇଁ ଆପଣଙ୍କୁ ଖାଦ୍ୟ ନଖାଇବା ପରିବର୍ତ୍ତେ ଯଦି କିଛି ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ କୁହାଯାଏ, ତାହେଲେ ଆପଣ ନିଶ୍ଚୟ ଖୁସିହେବେ।

ସାଧାରଣତଃ ଡାକ୍ତରମାନେ ରାତିରେ ହାଲୁକା ଖାଦ୍ୟ ଖାଇବାକୁ କୁହାଯାଇଥାଏ। ଯଦି ଆପଣ ଓଜନ କମାଇବା ପାଇଁ ଚାହୁଁଛନ୍ତି ତାହାଲେ ରାତିରେ କଣ ଖାଇବେ । ଯାହା ହାଲୁକା ହେବା ସହିତ ଓଜନ ବି କମାଇବ ତାକୁ ନେଇ ଚିନ୍ତିତ ଅଛନ୍ତି, ତାହେଲେ ଆଉ ଚିନ୍ତା କରନ୍ତୁନାହିଁ।ବିନା ଦ୍ବିଧାରେ ନିମ୍ନୋକ୍ତ ଖାଦ୍ୟରେ ପେଟ ଭରି, ନିଜ ଓଜନ କମାନ୍ତୁ।

ଓଟ୍ସ- ଓଟ୍ସକୁ କ୍ଷୀରରେ ମିଶାଇ ଜଳଖିଆରେ ଖାଇବା ସାଧାରଣ କଥା। କିନ୍ତୁ ଏହାକୁ ରାତିରେ କ୍ଷୀରରେ ମିଶାଇ ଖାଇବା ସମସ୍ତଙ୍କୁ ଭଲ ନ ଲାଗିପାରେ। ସେଥିପାଇଁ ଆପଣ ଓଟ୍ସର ଚଟପଟି ଖେଚେଡି ବନେଇ ପାରିବେ।

ଓଟ୍ସ କୁ ଗୁଣ୍ଡକରି ଅଟାରେ ମିଶାଇ ରୋଟି ତିଆରି କରିପାରିବେ। ଏହା ବ୍ୟତୀତ ଓଟ୍ସରେ ଇଡ୍ଲୀ କିମ୍ବା ଚକୁଳି ମଧ୍ୟ ବନାଇପାରିବେ। ଏସବୁ ପାଟିକୁ ସ୍ବାଦିଷ୍ଟ ଲାଗିବା ସହିତ ଆପଣଙ୍କ ପାଚନ କ୍ରିୟାକୁ ଉନ୍ନତ କରିବ ଏବଂ ଓଜନ ବି ବଢାଇବ ନାହିଁ।