ପଦ୍ମପୁର ଜନତାଙ୍କୁ କୁକୁର ମଣୁଛନ୍ତି ନବୀନବାବୁ

୪୮୮ କୋଟି ଟଙ୍କାର ମାଂସ ପକାଇ ଭୋଟ ନେବାର ମସୁଧା…..

ଭୁବନେଶ୍ୱର: ପଦ୍ମପୁର ଆସନ ପାଇଁ ଯେକୌଣସି ସମୟରେ ଉପନିର୍ବାଚନ ଘୋଷଣା କରାଯିବ । ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୮୮ କୋଟି ଟଙ୍କାର ଥୋପ ପକାଇ ଭୋଟ ହାସଲ କରିବାର ଯୋଜନା କରିଛନ୍ତି । ଏମିତି ତ ରାଜକୋଷରୁ ଟଙ୍କା ନେଇ ଦଳ ପାଇଁ ଭୋଟ ସାଉଁଟିବାର କୌଶଳ ନବୀନବାବୁଙ୍କର ପୁରୁଣା ଅଭ୍ୟାସ । ପଦ୍ମପୁର ଆସନଟିକୁ ଜାବୁଡ଼ି ରଖିବାକୁ ଦଳ ପକ୍ଷରୁ ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଗଲାଣି ।

ବିଜେଡି ପକ୍ଷରୁ ଆୟୋଜିତ ବିଶାଳ ସରକାରୀ ସମାବେଶରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରୀତା ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ସହ ବିଧାୟକ ସ୍ନେହାଙ୍ଗିନି ଛୁରିଆ, ସୁଶାନ୍ତ ସିଂ ଓ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ । ସ୍ଥାନୀୟ ନେତା ସାଧୁ ନେପାକ ଓ ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସାମିଲ ହୋଇ ଭୋଟରଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ୪୮୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଭେଟି ଦେଇଛନ୍ତି ।

ଇତିମଧ୍ୟରେ ଧାମନଗର ଉପନିର୍ବାଚନ ହାୱା ଏବେ ଗୋଳମାଳିଆ ଧରିଛି । ଅସନ୍ତୁଷ୍ଟ ବିଜେଡି ଭୋଟରମାନେ ବିଦ୍ରୋହୀ ପ୍ରାର୍ଥୀଙ୍କ ପଛରେ ଠିଆ ହୋଇଛନ୍ତି । ବିଜେପି ଓ ବିଜେଡି ପରସ୍ପରକୁ କାଦୁଅ ଫିଙ୍ଗୁଥିବା ବେଳେ କଂଗ୍ରେସ ଆପଣା ଢଙ୍ଗରେ ପ୍ରଚାର ଚଳାଇଛି । ବିଜେପି ହାତରୁ ଧାମନଗର ଆସନ ଛଡ଼ାଇ ଆଣିବା ପାଇଁ ବିଜେଡି ନେତାମାନେ ଜୋରସୋର ଉଦ୍ୟମ ଚଳାଇଛନ୍ତି ।