ମଦ ସହ ଖାଆନ୍ତୁନି ଏସବୁ ଖାଦ୍ୟ

ଅକାଳରେ ଚାଲିଯିବ ଜୀବନ

ବିଦେଶୀ ଓ ଦେଶୀମଦ ପିଇବା ଶରୀର ପକ୍ଷେ କ୍ଷତିକାରକ । ତଥାପି ଲୋକମାନେ କ୍ଷୀର ତୁଳନାରେ ମଦକୁ ଅଧିକ ପସନ୍ଦ କରିଥାନ୍ତି । ଖାଲି ମଦ ନୁହେଁ, ଦୁଇ ଚାରିଜଣ ସାଙ୍ଗ ଏକାଠି ହୋଇଗଲେ, ମଦ ସାଙ୍ଗକୁ ଚିପ୍ସ, ପିଜା, ଚିକେନ୍‌, ଫ୍ରାଇସ୍‌ ଭଳି ଖାଦ୍ୟ ଅର୍ଡର ଦିଅନ୍ତି । ମଦରୁ ଢୋକେ ଢୋକେ ପିଉଥିବେ, ପିଜାରୁ ଖଣ୍ଡିଏ ଖଣ୍ଡିଏ ପାଟିରେ ପକାଇ ଗୁଲିଖଟି କରୁଥିବେ । କିନ୍ତୁ ମଦ ସହିତ ଏସବୁ ଖାଦ୍ୟ ସେବନ ଶରୀର ପାଇଁ ବିଷ ଭଳି କାମ କରିଥାଏ । ମଣିଷ ଅକାଳରେ ମୃତ୍ୟୁମୁଖରେ ପଡ଼ିଯାଏ । ଏବେ ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବ । ଖାଦ୍ୟ ଜିନିଷ ଖାଇବା ଉପରେ ଏ କି କଟକଣା? ପିଜା, ଚିପ୍ସ, ଚିକେନ୍‌, ମଟ୍ଟନ୍‌ ଭଳି ମସଲା ଯୁକ୍ତ ଖାଦ୍ୟରେ ଅଧିକ ପରିମାଣର ସୋଡ଼ିୟମ ଥାଏ ଯାହା ମଦ ସହିତ ମିଶି ବିଷାକ୍ତ ହୋଇଯାଏ । ପ୍ରଥମେ ପାଚନ କ୍ରିୟାରେ ଗୋଳମାଳ ସୃଷ୍ଟି କରେ । ପରେ ଫୁଡ୍‌ ପଏଜନ୍‌ ଆଶଙ୍କା ବୃଦ୍ଧି ପାଇଥାଏ । ବଦହଜମି ଓ ଏସିଡିଟି ଭଳି ସମସ୍ୟା ଦେଖାଦିଏ ।

ମଦ ସହିତ ପୋର୍କ ଓ ଘିଅ ମିଶ୍ରିତ ଖାଦ୍ୟ ସେବନ ଅନୁଚିତ । ଆପଣଙ୍କର ଗ୍ୟାସ୍‌ ସମସ୍ୟା ଥିଲେ; ମଦ ପିଇବା ପରେ ଭୋକ ଲାଗୁଥିଲେ ବା କିଛି ଖାସ ଜିନିଷ ଖାଇବାକୁ ଇଛା ହେଉଥିଲେ; ସ୍ୱାସ୍ଥ୍ୟକର ଭୋଜନ ସେବନ କରନ୍ତୁ । କେକ୍‌, ପେଷ୍ଟ୍ରିସ୍‌, ପାଉଁରୁଟି, ବ୍ରେଡ୍‌ ଭଳି ଖାଦ୍ୟରେ ଇଷ୍ଟ୍‌ ଥାଏ । ମଦରେ ଇଷ୍ଟ୍‌ ଥିବାରୁ ମଦ ସହିତ ଏଗୁଡ଼ିକ ଖାଇବା ଭଲ ନୁହେଁ । ଅଧିକ ଇଷ୍ଟ୍‌ ପାଚନ କ୍ରିୟାରେ ବାଧକ ସୃଷ୍ଟି କରିଥାଏ । ମଦ ସହିତ ଦୁଗ୍ଧଜାତ ଦ୍ରବ୍ୟ ଆଦୌ ଖାଇବା କଥା ନୁହେଁ । ମଦ ସହିତ ଦୁଗ୍ଧଜାତ ଖାଦ୍ୟ ମିଶିଲେ ବିଷାକ୍ତ ହୋଇଯାଏ । ଆପଣ ମୃତ୍ୟୁମୁଖରେ ପଡ଼ିପାରନ୍ତି । ମଦ ପିଇବା ପରେ କୋକୋ ଚକ୍‌ଲେଟ୍‌ ଖାଇବା ଅନୁଚିତ । ଘିଅ ଓ ମଇଦାରେ ତିଆରି ମିଠା ଖାଇବା ବଦଳରେ ଅଟା ଓ ବେସନରେ ତିଆରି ଫାଇଭର ଯୁକ୍ତ ମିଠାଇ ସେବନ କରିବା ଭଲ । ମଦ ସହିତ ଅଧିକ ଲୁଣିଆ ବା ମିଠା ଖାଦ୍ୟ ଖାଇବା ଦେହ ପାଇଁ ଅତି ଖରାପ ।