ଘଷିପୁରା ବ୍ଲକ୍‌ ଦାନ୍ତିଆ ପଥର ଖାଦାନରେ ବହୁ ପରିମାଣର ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି

ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଣ କରାଯାଉଥିବା ଔଷଧ ଗୁଡ଼ିକ ଏଠାରେ ଫୋପାଡ଼ି ଦିଆଯାଇଥିବା….

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ୍‌ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତ ଦାନ୍ତିଆ ପଥର ଖାଦାନରେ ବହୁ ପରିମାଣର ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଣ କରାଯାଉଥିବା ଔଷଧ ଗୁଡ଼ିକ ଏଠାରେ ଫୋପାଡ଼ି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଏଥିରୁ ବହୁ ଔଷଧ, ଇଞ୍ଜେକ୍ସନ ଏବଂ ଓଆର୍‌ଏସ୍‌ ପାଉଡରର ଏକ୍ସପାରି ଡେଟ୍‌ ଥିବା ଜଣାପଡ଼ିଛି।