ରିଷିକେଶ: ଦେବଭୂମି ଉତରାଖଣ୍ଡର ରିଷିକେଶରେ ମୁଦୁ ଭୂକମ୍ପ ଅନୁଭୂତ ହୋଇଛି । ଶନିବାର ଅପରାହ୍ଣ ୪ଟା ୨୫ ମିନିଟରେ ରିକ୍ଟର ସ୍କେଲରେ ୩.୪ ତୀବ୍ରତା ସଂପନ୍ନ ଭୂକମ୍ପ ହୋଇଥିଲା । ଭୂମି ଥରୁଥିବାର ଜାଣିବା ପରେ ପୁରୁଷ ଓ ମହିଳାମାନେ ପିଲାଛୁଆଙ୍କୁ ଧରି ଘର ବାହାରକୁ ପଳାୟନ କରିଥିଲେ । ଚାରିଆଡ଼ କିଛି ସମୟ ପାଇଁ କୋଳାହଳମୟ ଥିଲା । ମାତ୍ର ପରେ ପରିସ୍ଥିତି ଥଣ୍ଡା ପଡ଼ି ଯାଇଥିଲା । ଭୂକମ୍ପଜନିତ କ୍ଷୟକ୍ଷତି ସଂପର୍କରେ ସରକାରଙ୍କ ନିକଟରେ କିଛି ତଥ୍ୟ ପହଂଚିନାହିଁ ।
ପାଣିପାଗ ବିଜ୍ଞାନୀଙ୍କ ମତରେ ଭୂକମ୍ପର ତୀବ୍ରତା ସେତେ ଭୟାନକ ନଥିଲା । ତେଣୁ ସେଭଳି କିଛି କ୍ଷୟକ୍ଷତି ହୋଇ ନଥିବ । ଗତ ବୁଧବାର ଉତରାଖଣ୍ଡରେ ରିକ୍ଟର ସ୍କେଲରେ ୪.୩ ତୀବ୍ରତା ସଂପନ୍ନ ଭୂକମ୍ପ ଅନୁଭୂତ ହୋଇଥିଲା । ଦିଲ୍ଲୀ-ଏନ୍ସିଆର ସମେତ ସାରା ଉତର ଭାରତ କେଇ ସେକେଣ୍ଡ ପାଇଁ ଥରିଯାଇଥିଲା ।